କୋରାପୁଟ : କୋରାପୁଟ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍ । ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରଥମେ ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବପୀଠ ପରିଦର୍ଶନ କରିବା ପରେ ଗତକାଲି ବୋରିଗୁମ୍ମା ବ୍ଲକ ଗସ୍ତ କରିଛନ୍ତି । ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଆସି ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଭୁଙ୍କ ଦର୍ଶନ ପରେ ମନ୍ଦିରର ପୁରୋହିତ ଏବଂ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ୫ଟି ସଚିବ ଭି.କେ ପଣ୍ଡିଆନ୍ । ପରେ ୫ଟି ସ୍କୁଲ ଯାଇ କାର୍ଯ୍ୟ ତଦାରଖ କରିବା ସହ ପିଲାଙ୍କୁ ମଧ୍ୟ ପାଠ ପଢ଼ାଇଥିଲେ । ପଢେଇଗୁଡା ଠାରେ ଥିବା କୃଷି ଉଦ୍ୟଗ, ଆଉଳି ରାସ୍ତା କଡର ଫୁଡ଼ କୋର୍ଟ ପରିଦର୍ଶନ କରି ତାହାର କାର୍ଯ୍ୟ ତଦାରଖ କରିଛନ୍ତି । ଗସ୍ତ ସମୟରେ ତାଙ୍କ ସହ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅକତାର, ଜୟପୁର ଉପଜିଲ୍ଲାପାଳ ବେଦ ବର ପ୍ରଧାନ ଓ ବୋରିଗୁମ୍ମା ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ ।