ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜି ନଗରପାଲ ବରୀୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ସଭାରେ ସଭାପତିତ୍ଵ କରିଥିଲେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଶୋକ କୁମାର ତରିଆ । ଅଧ୍ୟାପକ ବିନୟ କୁମାର ଦାସ ମୁଖ୍ୟ ବକ୍ତା, କଣ୍ଟାବାଞ୍ଜି ସିଆର୍‌ସିସି ଦିନେଶ ମହାନନ୍ଦ ସମ୍ମାନିତ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ବିଶ୍ୱାଳ ସମ୍ମାନିତ ଅତିଥି, ୱାର୍ଡ ମେମ୍ବର ମନୀଷ ଅଗ୍ରୱାଲ, ପୂର୍ବତନ ଛାତ୍ରୀ ଲିଲି ବେହେରା ଓ ସିମ୍ରନ୍ କୋର୍ ସାଂଘା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଶ୍ମିତା ବେହେରା ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ଅତିଥିଗଣ ନିଜ ନିଜ ଅଭିଭାଷଣ ରଖିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ଏହା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପୂର୍ବତନ ଶିକ୍ଷକ ହିରଧର ମେହେର ଓ କିରାଣୀ ବିଶ୍ୱନାଥ ମେହେରକୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତି ଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ସଭାରେ ଶିକ୍ଷକ ସୁଧୀର କୁମାର ସଗରିଆ ଓ ମଧୁସୂଦନ ପଟେଲ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ରଜେଶ୍ରୀ ପୁଝାରୀ, ସଂଗୀତା ସେଠ୍, ନମିତା ପାଣିଗ୍ରାହୀ, ଶେଫାଳି ପ୍ରଧାନ, ପ୍ରତିଭା ନାୟକ, ସୁପ୍ରିୟା କିଶାନ, ଶିକ୍ଷକ ମନୋଜ କୁମାର ମଲ୍ଲିକ, ଉପେନ୍ଦ୍ର ଚନ୍ଦନ, ଦୂତୀଆ ମଲ୍ଲିକ, ସୁଦୀପ୍ ତ୍ରିପାଠୀ, ବିନାୟକ ସେଲମା, ଡମ୍ବରୁଧର ପାଣିଗ୍ରାହୀ, ହିମାଦ୍ରି ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ନିରଞ୍ଜନ ସାହୁ ସମସ୍ତ ଅତିଥିକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × five =