pakka

ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ମାଘମେଳା

  • ମହିମା ସାଧୁଙ୍କ ଜଗତ ଉଦ୍ଧାର ଡାକରେ ପୀଠ ପ୍ରକମ୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମା ଧର୍ମର ଅନ୍ୟତମ ପ୍ରମୁଖ ପୀଠ ସନ୍ଥ କବି ଭୀମ ଭୋଇଙ୍କ ସାଧନା ସିଦ୍ଧି ସମାଧି ପୀଠ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଠାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘମେଳା ଓ ସାରସ୍ଵତ ସମାରୋହ ହୋଇଅଛି । ଦୂର ଦୂରାନ୍ତରୁ ମହିମା ଧର୍ମାବଲମ୍ବୀ ତଥା ସାଧୁସନ୍ଥମାନଙ୍କ ସମାଗମ ବଢ଼ିବାରେ ଲାଗିଛି । ସମାଧି ମନ୍ଦିର ଓ ପୀଠର ମୁଖ୍ୟ ସନ୍ୟାସୀ ବାବା ଓ ଅନ୍ୟମାନେ ପାଦୁକା ମନ୍ଦିରରେ ପୂଜାର୍ଚ୍ଚନା ଓ ୧୦୮ ପୂର୍ଣ୍ଣ କଳସ ରଖି ସମାଧି ମନ୍ଦିର ଖୋଲା ଯିବା ସହ ନୀତିକାନ୍ତି ସମ୍ପୂର୍ଣ୍ଣ କରିଥିଲେ ।

ସମାଧି ମନ୍ଦିର ଦୁଇ ଦିନ ପାଇଁ ଖୋଲା ରହିବ । ଏହି ଅବସରରେ ଅନ୍ୟ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ ଖଲିଆପାଲି ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ଆନୁକୂଲ୍ୟରେ ସାରସ୍ଵତ ସମାରୋହ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ମୁଖ୍ୟ ଅତିଥି ଭାବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମ୍ବରେଶ ପଣ୍ଡା, ଭୁବନେଶ୍ୱର କାଳରାହାଙ୍ଗ ଭୀମ ଭୋଇ ପୀଠର ରମେଶ ବାବା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରେମାନିଧି ସେଠ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାରର ପ୍ରଦୀପ କୁମାର ପଣ୍ଡା, ସୁବର୍ଣ୍ଣପୁର ବିଡିଓ ସୋମ୍ୟ ରଞ୍ଜନ ସ୍ୱାଇଁ ଯୋଗଦାନ କରିଥିଲେ । ପ୍ରଥମେ ଛତ୍ରଧାରୀ ଅଗ୍ରୱାଲଙ୍କ ଦ୍ଵାରା ସ୍ୱାଗତ ଭାଷଣ ଓ ପରେ ସମ୍ମାନିତ ଅତିଥି ଓ ମୁଖ୍ୟ ଅତିଥି ନିରଞ୍ଜନ ପୂଜାରୀ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଭୀମ ଭୋଇ ସ୍ମୃତି ସମ୍ମାନରେ ପ୍ରେମାନିଧି ସେଠ, ଭୀମ ଭୋଇ ମହିମା ସମ୍ମାନରେ ବାବା ରମେଶ ଦାସ, ଭୀମ ଭୋଇ ସାହିତ୍ୟ ସମ୍ମାନରେ ପ୍ରଦୀପ କୁମାର ପଣ୍ଡା, ଭୀମ ଭୋଇ କଳା ସମ୍ମାନରେ ଚନ୍ଦ୍ରାବତୀ ପଣ୍ଡା, ଭୀମ ଭୋଇ ଯୁବ ପ୍ରତିଭା ସମ୍ମାନ ପଞ୍ଚାନନ ଜଗଦଲା, ଭୀମ ଭୋଇ କ୍ରୀଡା ସମ୍ମାନରେ ଜିତା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା କାର୍ଯ୍ୟକୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ କାର୍ଯ୍ୟାଳୟ ସଂପାଦକ ଜନ୍ମଜୟ ସ୍ୱାଇଁ ସଂଯୋଜନା କରିଥିବା ବେଳେ ବିଡ଼ିଓ ସୋମ୍ୟ ରଂଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ମୁଖପାତ୍ର ମହିମା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଓ ସଂଧ୍ୟାରେ ମହିମା ସାଧୁମାନଙ୍କ ଦ୍ଵାରା ଜଗତ କଲ୍ୟାଣ ପାଇଁ ୧୦୮ ଝାଡ ବତୀ ପ୍ରଜ୍ୱଜନ କରାଯାଇଥିଲା । ପରେ ମନ୍ଦିର ପରିସରରେ ମହିମା ସାଧୁ ଓ ଭକ୍ତମାନଙ୍କ ଦ୍ୱାରା ମହିମା ଭଜନ ଓ ଜଗତ ଉଦ୍ଧାର ଡାକରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା ।

Leave A Reply

Your email address will not be published.

one × 1 =