pakka

ରାଜ୍ୟସଭା ସାଂସଦଙ୍କ ଝାରମୁଣ୍ଡାଗସ୍ତ : ଏଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଜି ଲୋଇସିଂହା ବ୍ଲକ ଝାରମୁଣ୍ଡା ଗାଁକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏଥ୍‌ଲେଟିକ୍‌ ଏସୋସିଏସନ୍‌ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ନାଗରିକ କମିଟି, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏବଂ ଗୋଣ୍ଡୱାନା ଗୋଣ୍ଡ ସମାଜ ଓ ବିଭିନ୍ନ କମିଟି ପକ୍ଷରୁ ଗାଁର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିସହିତ ଏଥ୍‌ଲେଟିକ ଭବନ, ଗୋଣ୍ଡ ଭବନ, କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ସାଂସଦଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ । ଝାରମୁଣ୍ଡାଠାରେ ଏକ ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ଦାବୀ ହୋଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା ତାହା ପୂରଣ ହୋଇ ନଥିବାରୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଶ୍ରୀ ବିଶି ତୁରନ୍ତ ଗୃହ ବିଭାଗ ଓ ପୋଲିସ ଡ଼ିଆଇଜିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇ ଝାରମୁଣ୍ଡାଠାରେ ଖୁବ ଶୀଘ୍ର ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା କରାଯିବାକୁ ନିର୍ଭର ପ୍ରତିଶୃତି ଦେବା ସହିତ ଅନ୍ୟାନ୍ୟ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ପାଇଁ ପ୍ରତିାୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏଥ୍‌ଲେଟିକ ଆସୋସିଏସନ୍‌ର ସମସ୍ତ ସଦସ୍ୟଙ୍କ ସମେତ ତଥା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 − one =