pakka

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ : ଗରମ ଓ ଗୁଳୁଗୁଳି ଦ୍ୱିଗୁଣିତ ହୋଇଗଲାଣି

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ଜିଲାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲାଣି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ଉପରେ ରହୁଛି । ଗୋଟିଏ ପଟେ ରୌଦ୍ର ତାପରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅନ୍ୟପଟେ ବଣ, ଜଙ୍ଗଲରେ ନିଆଁ ଲାଗି ଗରମ ଓ ଗୁଳୁଗୁଳିକୁ ଦ୍ୱିଗୁଣିତ କରି ପକାଉଛି । ତେବେ ଜନସଚେତନ ଓ ବନବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୂର୍ବାପେକ୍ଷା ଏବେ ପୋଡୁ ଚାଷ ପାଇଁ କିଛି ଅଞ୍ଚଳରେ ନିଆଁ ଲଗାଯାଉଥିବା ଜଣାପଡିଛି । ତେବେ ପାହାଡ଼ରେ ଚଲା ରାସ୍ତା ପାଇଁ ସୁବିଧା ଓ ସଲପ ରସ ପିଇବାକୁ ଯାତାୟତରେ ସୁବିଧା ହେବ ବୋଲି ଦୁର୍ବୁତ୍ତମାନେ ପାହାଡ଼ରେ ନିଆଁ ଲଗାଇ ଦେଉଥିବା ବେଳେ କିଛି ଶିକାରୀ ଜଙ୍ଗଲର ଜୀବଜନ୍ତୁଙ୍କୁ ଧରିବା ବା ତାଙ୍କ ପ୍ରାଣ ହାନୀ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଫାଇଦା ନେଉଥିବା ବନ ବିଭାଗ ଜାଣିସାରିଛି । ସେମାନଙ୍କୁ ଧରିବା ପାଇଁ ବନବିଭାଗର ଟିମ୍‌ ଚେଷ୍ଟା ଚଳାଇଥିବା ବାଲିଗୁଡା ଏସ୍‌ସିଏଫ ସତିଶ କୁମାର ଧାରୁଆ ପ୍ରକାଶ କରିଛନ୍ତି । ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଏବଂ ଏସ୍‌ସିଏଫ ସତୀଶ କୁମାର ଧାରୁଆଙ୍କ ସମେତ ବନ କର୍ମଚାରୀଙ୍କ ବୁଡ଼ାଗୁଡା ସେକ୍ସନ୍‌ ପକାରୀ ବନାଞ୍ଚଳରେ ନିଆଁ ଲିଭାଇବାରେ ଡିଫଓ ସାମିଲ ହୋଇ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ । ସଂରକ୍ଷିତ ଜଙ୍ଗଲ ସମେତ ରାଜସ୍ୱ ଜଙ୍ଗଲ ଓ ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଉଥିବାରୁ ଦାରିଙ୍ଗବାଡି ଓ ବ୍ରାହ୍ମଣୀ ଗାଁ ବନାଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯିବା ସହ ଦାରିଙ୍ଗବାଡି ବନାଞ୍ଚଳରେ ୩୦ ଜଣ ନିଆଁ ଜଗୁଆଳିଙ୍କୁ ୭ଟି ଦଳରେ ବିଭକ୍ତ କରାଯାଇ ବିଭିନ୍ନ ଜଙ୍ଗଲକୁ ସୁରକ୍ଷା ଯୋଗାଇବା କାର୍ଯ୍ୟ କରୁଛନ୍ତି । ସେହିପରି ଦାରିଙ୍ଗବାଡି ବନାଞ୍ଚଳରେ ୨୮ଟି ବନ ସଂରକ୍ଷଣ ସମିତି ସମେତ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମ ମିଶି ମୋଟ୍‌ ୧୯୩ଟି ଗ୍ରାମରେ ସଚେତନତା ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ବ୍ରାହ୍ମଣୀ ଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ଭାରପ୍ରାପ୍ତ ବନପାଳ ଦୀପକ ପଟ୍ଟନାୟକଙ୍କ ନେତୃତ୍ୱରେ ମୋଟ୍‌ ୫୭ଟି ବନ ସଂରକ୍ଷଣ ସମିତି ସମେତ ୧୪୩ଟି ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କରାଯାଇଛି । ଏଥିସହ ୧୦ଜଣ ଅଗ୍ନି ନିରାପତ୍ତା ବାହିନୀ,୧୫ଜଣ ପ୍ରୋଟେକ୍ସନ ସ୍କ୍ୱାର୍ଡ ଏବଂ ୧୫ଜଣ ନିଆଁ ଜଗୁଆଳି, ୮ ଜଣ ଅଫିସର ଓ ଅନ୍ୟ କର୍ମଚାରୀ ଜଙ୍ଗଲ ସୁରକ୍ଷାରେ ଦାୟିତ୍ୱରେ ରହିଥିବା ବିଷୟ ଡିଏଫଓ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four × 4 =