pakka

୩ ଚୋରି ବାଇକ୍‌ ଜବତ : ୨ ଗିରଫ

bbehera

ଖୋର୍ଦ୍ଧା : ସ୍ଥାନୀୟ ଆଦର୍ଶ ଥାନା ପୁଲିସ ୨ଜଣ ବାଇକ୍‌ ଚୋରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ୩ଟି ବାଇକ୍‌ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଯୋଗିଆପାଲି ଗାଁର ମୁରଲୀ ପରିଡ଼ା (୨୨) ଓ ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ କାମନାବଡ଼ସାହିର କୁନା ନାୟକ (୨୪) । ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ଗୁରୁଜଙ୍ଗ କୋଚିଲାକଣା ସାହି ଗାଁର ଅମିତ କୁମାର ବିଶ୍ୱାଳଙ୍କ ବାଇକ୍‌ (ଓଡି ୦୨ ଡବ୍ଲୁ ୭୫୧୮) ଚୋରି ହେବା ନେଇ ଥାନାରେ ଗତ ୧୪ ତାରିଖରେ ଅଭିଯୋଗ ହୋଇଥିଲା । ପୁଲିସ ମାମଲା ରୁଜୁ କରି ଏସ୍‌ପି ଓ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ କରିଥିଲା । ଏଥି ପାଇଁ ଟିମ୍‌ ଗଠନ କରିଥିଲା । ଶେଷରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଅଭିଯୁକ୍ତ ମୁରଲୀ ଓ କୁନାକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୩ଟି ବାଇକ୍‌ ଓଡି ୦୨ ଡବ୍ଲୁ ୭୫୧୮ ସହିତ ଓଡି ୦୫ ଏଜି ୯୩୭୪ ଓ ଓଡି ୦୨ ଏମ୍‌ ୮୪୦୨ ଜବତ କରିଥିଲା । ପୁଲିସ କହିଛି ଉଭୟ ଅଭିଯୁକ୍ତଙ୍କ ନାମରେ ଖୋର୍ଦ୍ଧା ଆଦର୍ଶ ଥାନା ଓ ଖଣ୍ଡପଡ଼ା ଥାନାରେ ୫ଟି ଲେଖାଏଁ ମାମଲା ରହିଛି ।

Leave A Reply

Your email address will not be published.

fifteen − 1 =