ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ସରକାର ଜନତାଙ୍କୁ ବାହାରେ ମଳତ୍ୟାଗରୁ ରୋକିବା ପାଇଁ ପାଇଖାନା ଯୋଜନା କରିଛନ୍ତି । ଗାଁ ଗାଁରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରାଯାଇଛି । କିନ୍ତୁ ସେଗୁଡ଼ାକ ବ୍ୟବହାର ଉପଯୋଗୀ ନୁହେଁ । ସରକାରଙ୍କ କୋଟି କୋଟି ଟଙ୍କା ନଷ୍ଟ ହେଉଛି କିଛି ଦୁର୍ନୀତି ଖୋର ଠିକାଦାର ଏବଂ କର୍ମଚାରୀମାନଙ୍କ ପାଇଁ । ଅତି ନିମ୍ନମାନର ପାଇଖାନା ନିର୍ମାଣ କରାଯାଇଥିବାରୁ ହିତାଧିକାରୀ ତାହାକୁ ବ୍ୟବହାର କରୁନାହାଁନ୍ତି । ଗାଁ ଗାଁରେ ପ୍ରଶାସନ ପକ୍ଷରୁ ବୋର୍ଡ ଲଗାଇ ଲେଖା ଯାଉଛି ବାହ୍ୟ ମଳମୁକ୍ତ ଗାଁ । କିନ୍ତୁ ପ୍ରକୃତରେ ତାହା ନହୋଇ ଲୋକେ ବାହାରକୁ ମଳତ୍ୟାଗ କରିବା ପାଇଁ ଯାଉଛନ୍ତି ।

ପାଇଖାନା ଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇନପାରି ଖତ ଖାଉଛି । ସେହିପରି ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ୍ ଗ୍ରାମରେ ଏଠାରେ ଅତି ନିମ୍ନମାନର ପାଇଖାନା ନିର୍ମାଣ କରାଯାଇଥିବାରୁ ହିତାଧିକାରୀ କୈାଣସି ଗୋଟିଏ ବି ପାଇଖାନା ବ୍ୟବହାର କରୁନାହାଁନ୍ତି । ଲୋକଙ୍କ କହିବା କଥା ହେଲା ସରକାର ଆମକୁ ପାଇଖାନା ଦେଇଥିଲେ । କିନ୍ତୁ ଆମେ ଗୋଟିଏ ଦିନ ମଧ୍ୟ ବ୍ୟବହାର କରିନାହୁଁ । ଏମିତି ଦୁର୍ନୀତିଖୋର୍ ଠିକାଦାର ଏବଂ କର୍ମଚାରୀମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ଲଗାମ୍ ଲଗାଇବା ଜରୁରୀ ହୋଇପଡିଛି ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.