ସଂପିଆ ଗ୍ରାମରେ ଡ୍ରେନ ମରାମତି ହେବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଏକ ଅପରିଷ୍କାର ପରିବେଶ ଦେଖାଯାଉଛି । କିଛି ଦିନ ତଳେ ଏକ ସରକାରୀ ନଳକୂପକୁ ଗ୍ରାମର ରାସ୍ତାରୁ କମ୍ ଉଚ୍ଚତା ହେଉଥିବାରୁ ବାରମ୍ବାର ନିଉଜ ପରିବେଷଣ ହେବାରୁ ପଞ୍ଚାୟତ ପ୍ରଶାସନ ତପ୍ତରତା ପ୍ରକାଶ କରି ନଳକୂପକୁ ସରକାରୀ ଅର୍ଥରେ ଉଚ୍ଚ କରାଯାଇଥିଲା । କିନ୍ତୁ କିଛି ସ୍ବାର୍ଥବାଦୀ ବ୍ୟକ୍ତିମାନେ ନଳକୂପର ପାଣି ଯାଉଥିବା ଡ୍ରେନକୁ ପୋତି ଦେଇଥିବାରୁ ପାଣି ନଷ୍କାସନ ହୋଇ ପାରୁନାହିଁ । ତେଣୁ ଗାଁଟି ଅପରିଷ୍କାର ପରିବେଶ ସୃଷ୍ଟି ହୋଇ ଡ୍ରେନର ପାଣି ମଝିକୁ ପଲାଇ ଆସୁଥିବାରୁ ଗାଁ ଲୋକଙ୍କର ମନ ଅଶାନ୍ତ ସୃଷ୍ଟି ହେଉଛି । ତେଣୁ ଏହାର ନୂତନ ଭାବରେ ନିର୍ମାଣ କରାଯିବା ପାଇଁ ପଞ୍ଚାୟତ ପ୍ରଶାସନକୁ ଅନୁରୋଧ କରାଯାଉଛି । ଯଦି କୌଣସି ପଦକ୍ଷେପ ନିଆନଗଲେ ଧାରଣା ଦିଆଯିବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.