jayashree

ଶରଣକୁଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସନ୍ଦେହ

ଦଶପଲ୍ଲା, (କେପିଏନ୍‌ଏସ୍‌) : ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧ୍ୟକ୍ଷ ମହେଶ୍ୱର ମହାପାତ୍ରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଦଶପଲ୍ଲା ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ଜିଆର୍‌ପି ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଆର୍‌ପି ପୁଲିସ । ତେବେ ମହେଶ୍ୱର ମହାପାତ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁଲିସର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.