ଗ୍ରାମପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତିର ସଚେତନତା କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତି କୋଭିଡ-୧୯ ସଚେତନତା କର୍ମଶାଳା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହଠାରେ ଗ୍ରାମପଞ୍ଚାୟତ ସରପଞ୍ଚ ଅଭିମନ୍ୟୁ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ଅଧିନସ୍ଥ ପଲସାନୀ, ବୁକୁରାମୁଣ୍ଡା ଏବଂ ଲହଙ୍ଗିର ଗ୍ରାମର ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ତଥା କାର୍ୟ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ କବିତାଞ୍ଜଳି ଦାଶ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ପରିଦର୍ଶକ ରବିନ୍ଦ୍ର ମୋହନ ଦାଶ ଏହି କର୍ମଶାଳାରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ କୋଭିଡ-୧୯ର ମୁକାବିଲା କିଭଳି ଭାବେ କରାଯିବ ସେ ବିଷୟରେ ସୁଚିନ୍ତିତ ନିଜସ୍ୱ ମତବ୍ୟକ୍ତ କରିଥିଲେ । ନିଜ ନିଜ ଗ୍ରାମରେ ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି କୋଭିଡ-୧୯, ଅଣସଂକ୍ରାମକ ରୋଗ ମଧୁମେହ, ରକ୍ତଚାପ, କର୍କଟ ରୋଗୀ ଚିହ୍ନଟ ଓ ଚିକିତ୍ସା, ମେଲେରିଆ, ଯକ୍ଷ୍ମା, କୁଷ୍ଠରୋଗୀ ଚିହ୍ନଟ ପ୍ରକ୍ରିୟାରେ ସମସ୍ତ ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ସହଭାଗିତା ଫଳରେ କାର୍ୟ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି ସରପଞ୍ଚ ଅଭିମନ୍ୟୁ ବରିହା ମତବ୍ୟକ୍ତ କରିଥିଲେ । ଗାଁ କଲ୍ୟାଣ ସମିତି ଗୁଡିକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅତିରିକ୍ତ ଦଶ ହଜାର ଟଙ୍କା ସୁବିନିଯୋଗ କରିବାକୁ ସ୍ୱାସ୍ଥ୍ୟ ପରିଦର୍ଶକ ରବିନ୍ଦ୍ର ମୋହନ ଦାଶ ପରାମର୍ଶ ପ୍ରଦାନ କରିଥିଲେ । ଗାଁ ଗୁଡିକରେ ଅଧିକ ସଚେତନତା କରିବା ସକାଶେ ଗାଁ କଲ୍ୟାଣ ସମିତିରେ ଜଡିତ ସଦସ୍ୟମାନଙ୍କୁ ଓଆରଏସ ଗୋଳିବା ପଦ୍ଧତି, ହାତଧୂଆ ପଦ୍ଧତି, ମାକ୍ସ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା, ସାନିଟ୍ରାଇଜରର ବ୍ୟବହାର ପ୍ରଦର୍ଶନ କରିବାକୁ ମହିଳା ପରିଦର୍ଶକ ମେରିୟମ କୁଲୁ ସମ୍ମାନୀତ ଅତିଥି ଭାବେ ଯୋଗ ପରାମର୍ଶ ଦେଇଥିଲେ । କୋଭିଡ ପଜିଟିଭ୍ କେସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଙ୍ଗରୋଧ ପରିଦର୍ଶନ ସହ ଅକ୍ସିମିଟରରେ ଅକ୍ସିଜେନ ଲେବୁଲ ପରୀକ୍ଷଣ, ଆବଶ୍ୟକୀୟ ସ୍ଥଳେ ସରକାରୀ ଡାକ୍ତରଖାନାକୁ ପ୍ରେରଣ ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଗାଁ କଲ୍ୟାଣ ସମିତିରେ ସ୍ପ୍ରେୟର ମେସିନ କିଣାଯାଇ କୋଭିଡ ପଜିଟିଭ କେସ ଭଲ ହେବା ପରେ ତଥା ଜନଗହଳୀ ସ୍ଥାନମାନଙ୍କୁ ବିଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ ଟୀକା, ଟେଷ୍ଟିଙ୍ଗକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ସହଯୋଗ କାମନା କଲାପରେ କର୍ମଶାଳା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.

19 − five =