ବଲାଙ୍ଗିର ଜିଲ୍ଲାରୁ ଆଜି ୮୯ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୦ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୩ଜଣ, ବେଲପଡା ବ୍ଲକରୁ ୧୧ଜଣ, ଦେଓଗାଁ ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ୩ଜଣ, ଖପ୍ରାଖୋଲ ବ୍ଲକରୁ ୧୦ଜଣ, ଲୋଇସିଂହା ବ୍ଲକରୁ ୩ଜଣ, ପାଟଣାଗଡ ଗ୍ରାମାଞ୍ଚଳରୁ ୫ଜଣ, ପାଟଣାଗଡ ସହରାଞ୍ଚଳରୁ ଜଣେ, ପୁଇଁନ୍ତଳା ବ୍ଲକରୁ ଜଣେ, ସଇଁନ୍ତଳା ବ୍ଲକରୁ ୫ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୨ଜଣ, ଟିଟିଲାଗଡ ସହରାଞ୍ଚଳରୁ ଜଣେ, ତୁରେକେଲା ବ୍ଲକରୁ ୧୯ଜଣ ଓ ତୁଷୁରାରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୦୨୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୨୧୮ଜଣ ସ୍ୱସ୍ଥ ହୋଇଥିବା ବେଳେ ୭୩୬ ଜଣ ସକ୍ରିୟ ଓ ୬୬ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

10 − one =