pakka

ବିପୁଳ ପରିମାଣର ଗଞ୍ଜେଇ ଜବତ

bbehera

ଲମତାପୁଟ : ଜଲାପୁଟ ଜବଭଣ୍ଡାର ଦେଇ ଗଞ୍ଜେଇ ଅଣାଯାଇ ନୂଆପୁଟ ଘାଟରେ ଗଚ୍ଛିତ ରଖାଯାଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ନୁଆପୁଟ ନଦୀ ଘାଟରେ ଗଞ୍ଜେଇ ଗଚ୍ଛିତ ହୋଇ ରହିଥିବା ବେଳେ ପୋଲିସ ଚଢାଉ କରି ୩୧ଟି ଗଞ୍ଜେଇ ବସ୍ତା ଜବତ କରିଛି ।

ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳରୁ ଗଞ୍ଜେଇ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟକୁ ଅଣାଯାଇ ଗଚ୍ଛିତ ରଖାଯାଇଥିଲା । ଏହାକୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଚଡାଉ କରିଥିଲା । ପୋଲିସ ଆସିବା ଦେଖି ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ମାଫିଆମାନେ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରୁ ୩୧ଟି ଗଞ୍ଜେଇ ଭର୍ତ୍ତି ବସ୍ତା ପୋଲିସ ଜବତ କରିଥିଲା । ଏହି ବସ୍ତାରୁ ପ୍ରାୟ ସାଢେ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

jay balangir
Leave A Reply

Your email address will not be published.

2 × two =

error: Content is protected !!