pakka

ବର୍ହାମୁଣ୍ଡାରେ ବିରାଟ ପର୍ବ ଉତ୍ସାହ ଉଦ୍ଦୀପନା ସହ ଉଦ୍‌ଯାପିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ବର୍ହାମୁଣ୍ଡା ଗ୍ରାମରେ ଜୁନ୍‌ ତା୧୦/୬ ରୁ ୧୨/୬ ପର୍ଯ୍ୟନ୍ତ ତିନି ଦିନ ଧରି ବିରାଟ ପର୍ବ ପାଳିତ ହେଉଥିବା ବେଳେ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଯଜ୍ଞ କର୍ତ୍ତା ଭାବେ ଘନଶ୍ୟାମ ବରିହା ତାଙ୍କ ଧର୍ମପତ୍ନୀ ଧନମତୀ ବରିହା କାର୍ଯ୍ୟ ନିର୍ବାହ କରିଥିବା ବେଳେ ଚଙ୍ଗରିଆ ଗ୍ରାମର ପୂଜକ ଭାବେ ପଣ୍ଡିତ ବିପିନ ରଥ ପୂଜାର୍ଚ୍ଚନା କରିଥିଲେ । ବ୍ୟାସ ଭାବେ ସୁନାମଧନ୍ୟ ବାନ୍ଦୁପାଲିର ପାରାୟଣ ଗାୟୀକା ଆରତୀ ପଣ୍ଡା ଯୋଗଦେଇ ମହାଭାରତ ଗ୍ରନ୍ଥର ବିରାଟ ପର୍ବ ପାରାୟଣ ପଠନ କରିଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ବାନ୍ଧି ପାରିଥିଲେ । ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ଗ୍ରାମରେ ବିରାଟ ପର୍ବ ପାରାୟଣ ବନ୍ଦ ରହିଥିଲା । ଚଳିତ ବର୍ଷ ଗ୍ରାମବାସୀଙ୍କ ଉଦ୍ୟମରେ ତଥା ଏକତ୍ରିତ ହୋଇ ବିରାଟ ପର୍ବ ପାରାୟଣ ତିନି ଦିନ ଧରି ଆୟୋଜିତ ବିରାଟ ପର୍ବରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହିତ ଥିବା ବେଳେ ଭକ୍ତି ଭାବପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଖଞ୍ଜଣି ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପଶ୍ଚିମ ଓଡ଼ିଶା ଲୋକକଳା ପୁନଃଉଦ୍ଧାର ପରିଷଦ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା ଏଥିରେ ପରିଷଦର ସଂପାଦକ ମିନକେତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଲୋକକଳାଙ୍କୁ ବନ୍ଦେ ଉତ୍କଳ ଲୋକକଳା ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ପୁରୀ ଠାରେ ଆସନ୍ତା ତା ୨୮./୮/୨୦୨୨ ଆୟୋଜିତ ହେବାକୁ ଥିବା ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହେବ ଯେଉଁ କଳାକାରମାନେ ଯୋଗଦେବା ପାଇଁ ଇଚ୍ଛୁକ ସେମାନେ ଜିଲ୍ଲା ସଭାପତି ଓ ସଂପାଦକଙ୍କ ସୁପାରିଶ ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ସୁଚନା ଦେଇଥିଲେ ।‌ ଏହି କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ କଲାକାର ଯୋଗଦାନ କରିବାକୁ ନିବେଦନ କରିଥିଲେ । ଏଥିରେ ଆଖପାଖ ଅଂଚଳରୁ ବହୁ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗଦେଇ ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ପୂଜା ପରିଚାଳନା କମିଟିର ଦ୍ରୋଣ ବରିହା, ସଦାନନ୍ଦ ବରିହା, ଦୁଖିଶ୍ୟାମ ବରିହା, ମନବୋଧ ବରିହା, ଗୋବିନ୍ଦ ବରିହା, ରଣଜିତ ବରିହା, ଈଶ୍ଵର ହାତୀ,ଭୋଦେବ ହାତୀ, କୌବଲ୍ୟ ବାଗ ପ୍ରମୁଖଙ୍କ ସହ ଓ ଗଣେଶ ପୂଜା କମିଟିର ଯୁବକ ଗୋଷ୍ଠୀ ସମେତ ଗ୍ରାମବାସୀ ସହଯୋଗ କରିଥିବା ବେଳେ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

jay balangir
Leave A Reply

Your email address will not be published.

nine − 1 =

error: Content is protected !!