pakka

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଚତୁର୍ଦ୍ଧାମୁରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ଦର୍ଶନ କରିବେ ଭକ୍ତ । ବଡ଼ଦେଉଳ ରତ୍ନ ସିଂହାସନରେ ବର୍ଷତମାମ ମହାପ୍ରଭୁଙ୍କ ସ୍ନାନବିଧି ପାଳନ ହୋଇ ଆସୁଛି । ଦେବସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଅଧିବାସିତ ଜଳରେ ସ୍ନାନବେଦୀରେ ଭକ୍ତଙ୍କ ଆଗରେ ସ୍ନାନ କରିବେ । ବଡ଼ଦେଉଳରୁ ବିଜେ କାହାଳୀ ବାଜିବା ପରେ ସ୍ନାନବେଦୀକୁ ମହାପ୍ରଭୁ ଗୋଟି ପହଣ୍ଡିରେ ଆସି ବିଜେ କରିଛନ୍ତି । ଦେବସ୍ନାନ ତିଥିରେ ଅନ୍ୟତମ ମୁଖ୍ୟ ଆକର୍ଷଣ ପ୍ରଭୁଙ୍କ ହାତୀ ବେଶ । ଅପରାହ୍ନ ୧୨ଟା ୪୫ ମିନିଟ୍‌ରୁ ଅଢ଼େଇଟା ମଧ୍ୟରେ ହାତୀବେଶ ଲାଗି ଶେଷ କରାଯିବାକୁ ପ୍ରସ୍ତୁତି ହୋଇଛି । ତେବେ ଭକ୍ତମାନେ ସାହାଣମେଲା ଦର୍ଶନ ସ୍ନାନବେଦୀରେ କରୁଛନ୍ତି । କିନ୍ତୁ, ଦିନତମାମ ରାମ୍ପରୁ ସ୍ନାନବେଦୀରେ ଭକ୍ତଙ୍କ ଦର୍ଶନ ନିରନ୍ତର ଚାଲିଥିବ । ଏହି ଦର୍ଶନ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଚାଲିବ । ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବେ ।

ମହାପ୍ରଭୁ ସ୍ନାନବେଦୀରେ ଅଧିଷ୍ଠିତ ହୋଇଛନ୍ତି । ପରେ ସ୍ନାନବେଦୀ ସାମ୍ନା ଓ ଉଭୟ ପାଖରେ ଦର୍ଶନ ଅବରୋଧ ନ କରିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ପ୍ରଭୁଙ୍କ ଜଳ ବିଜେ ଏବଂ ଜଳ ଲାଗି ବେଳେ ଶୃଙ୍ଖଳା ରକ୍ଷା ହେବ ଏବଂ ପୂଜାପଣ୍ଡା ସେବକ କେବଳ ଜଳ ଲାଗି କରିବେ । ଜଳ ଲାଗି ବିଧି ଶେଷ ହେବା ପରେ ହିଁ ସେବାୟତମାନେ ସ୍ନାନଲାଗି ଜଳ ସଂଗ୍ରହ କରି ପାରିବେ । ଜଳ ଲାଗି ବିଧି ସରିବା ପରେ ହାତୀବେଶ ପ୍ରସ୍ତୁତି ଆରମ୍ଭ ହେବ । ଜଳ ବିଜେ, ପୂଜା ତଥା ଦେବସ୍ନାନ ବିଧି ସାଢ଼େ ନଅଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଶେଷ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ଏହା ପରେ ମଇଳମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି, ବେଶ ପରେ ଛେରାପହଁରା ନୀତି ହେବ । ଗଜପତି ମହାରାଜ ଉପସ୍ଥିତ ଥିବାରୁ ସେ ଏହି ବିଧି ପାଳନ କରିବେ । ଛେରା ପହଁରା ପୂର୍ବରୁ ଗଜପତିଙ୍କୁ ଶ୍ରୀନଅରକୁ ଡାକରା ଯିବାକୁ ବ୍ୟବସ୍ଥା ହୋଇଛି । ଜଗଦଗୁର ଶଙ୍କରାଚାର୍ଯ୍ୟ ପୁରୀରେ ଅନୁପସ୍ଥିତ ଥିବାରୁ ତାଙ୍କର ଦର୍ଶନ ସୂଚୀ ବାତିଲ ହେବାର ଆଭାସ ମିଳିଛି ।

jay balangir
Leave A Reply

Your email address will not be published.

14 − 8 =

error: Content is protected !!