pakka

ଆଜି ପହିଲି ରଜ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପହିଲି ରଜ । ରଜ ଗୀତରେ କମ୍ପୁଛି ରାଜଧାନୀ । ଘରେ ଘରେ ମହକିବ ପିଠା । ସକାଳୁ ଚକୁଳି, ଇଟିଲି, ସୁଜି କାକରା, ମଣ୍ଡା ଆଉ ପୋଡ଼ ପିଠାର ମଜା ନେବେ ସଭିଏଁ । ନୂଆ ପୋଷାକ ପିନ୍ଧି ଝିଅମାନେ ଦୋଳି ଖେଳିବେ । ନାଚଗୀତ କରିବା ସହ ରଜ ପାନ ଖାଇ ଉତ୍ସବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିବେ । କରୋନା ପାଇଁ ଗତ ଦୁଇବର୍ଷ ହେବ ଫିକା ପଡ଼ିଥିବା ରଜ ଉତ୍ସବରେ ଏଥର ଧୁମ୍‌ ମଉଜ ହେବ । ଏଥିପାଇଁ ସବୁଠି ପ୍ରସ୍ତୁତି ସରିଛି । ଗଛ ଡାଳରେ ଦୋଳି ଝୁଲି ସାରିଛି । ଘରେ ପିଠାପଣାର ପ୍ରସ୍ତୁତି ବିଶେଷ ହୋଇଛି । ଆଜିଠୁ ତିନି ଦିନ ଯାଏ ରାଜଧାନୀର ପୂରା ପରିବେଶ ଉତ୍ସବ ମୁଖର ହେବ । ରଜ ପୂର୍ବରୁ ସୋମବାର ଥିଲା ସଜବାଜ । ଝିଅମାନେ ହାତରେ ମେହେନ୍ଦି ଲଗାଇଥିଲେ । କିଏ ନିଜ ଘରେ ମେହେନ୍ଦି କରିଥିଲେ ତ କିଏ ବିୟୁଟି ପାର୍ଲରକୁ ଯାଇ ମେହେନ୍ଦି କରିଥିଲେ । ମାର୍କେଟ୍‌ ବିଲ୍ଡିଂରେ ବିଭିନ୍ନ ମେହେନ୍ଦି ଆର୍ଟିଷ୍ଟଙ୍କ ପାଖରେ ଭିଡ଼ ଲାଗିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଏ ଭିଡ଼ ଲାଗି ରହିଥିଲା । ଆଜି ସକାଳୁ ସମସ୍ତେ ନୂଆ ପୋଷାକ ପିନ୍ଧି ରଜ ଉତ୍ସବ ମନାଉଛନ୍ତି । ରାଜଧାନୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରଜ ମହୋତ୍ସବ ଆୟୋଜନ କରାଯାଇଛି । ଦୋଳି ଖେଳର ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ରଖାଯାଇଛି ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!