csstore

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନୂଆପଡ଼ା ଗରିବ ସେନା ସଂଗଠନ ତରଫରୁ ଗଣଧାରଣା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗରିବ ସେନା ସଂଗଠନ ତରଫରୁ ଗଣଧାରଣା ସହିତ ଜିଲ୍ଲାପାଳକୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗରିବ ସେନା ଜିଲ୍ଲା ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ୱରେ ଗରିବ ସେନାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ଓ ବିଭିନ୍ନ ମୌଳିକ ସୁବିଧା ଯୋଗାଇବା ଏବଂ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀରେ ଗତକାଲି ନୂଆପଡା ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଜିଲ୍ଲାପାଳକୁ ଦାବୀପତ୍ର ପ୍ରଦାନ କରିଥିଲେ । ସଂଗଠନର ପ୍ରମୁଖ ଦାବୀ ଗୁଡିକ ହେଉଛି ଜିଲ୍ଲାର ୭୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଯଥା ଶୀଘ୍ର ଆବାସ ଯୋଜନାରେ ସାମିଲ କରାଯିବା ଏବଂ ଘରର ଟଙ୍କା ୨ ଲକ୍ଷ ୫୯ ହଜାରକୁ ବୃଦ୍ଧି କରାଯିବା, ଯୋଗ୍ୟ କାଳିଆ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ, ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ପ୍ରଦାନ, ଲଖନା ଠାରେ ଏକ ପିଏଚସି ହସ୍ପିଟାଲ ନିର୍ମାଣ, ବୃଦ୍ଧ ବୃଦ୍ଧାମାନଙ୍କୁ ତାଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ଘରେ ପହଞ୍ଚାଇବା ପ୍ରମୁଖ ଦାବୀକୁ ନେଇ ଜିଲ୍ଲା ଗରିବ ସେନା ପକ୍ଷରୁ ୨୨ ଦଫା ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.