pakka

କାଜୁ ଜଙ୍ଗଲରେ ଯୁବକଙ୍କ ଗଳିତ ଶବ ଉଦ୍ଧାର

bbehera

କୋକସରା : କାଜୁ ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ଏହୀ ଘଟଣା ଘଟିଛି । କୋକସରା ପୋଲିସର ତଦନ୍ତ ଜାରି ରହିଛି । ଏଠାରେ ଥିବା କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ଗଳିତ ଶବ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଥିବାର ଦେଖ‌ିବାକୁ ମିଳିଥିଲା । କାଜୁ ସଂଗ୍ରହ କରୁଥିବା କିଛି ଶ୍ରମିକ ଏହା ଦେଖି ସ୍ଥାନୀୟ ଲୋକେ କୋକସରା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲା । ଏନେଇ କୋକସରା ପୋଲିସ ଏକ ଅପମୃତୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

2 × 5 =

error: Content is protected !!