କାଠ ଚୋର ଓ ବନ୍ୟଜନ୍ତୁ ଶିକାରୀଙ୍କ କପାଳ ଖୋଲିଲା : ସମସ୍ତ ରେଂଜରମାନଙ୍କଠାରୁ ରାଜ୍ୟ ସରକାର ପ୍ରତ୍ୟାହାର କଲେ ଚାରିଚକିଆ ଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର କବଳରେ ରାଜ୍ୟର ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ସମସ୍ତ ରେଂଜରଙ୍କଠାରୁ ଚାରିଚକିଆ ଯାନ ପ୍ରତ୍ୟାହାର କରି ନେଇଥିବା କୁହାଯାଇଛି । ତେବେ ସରକାରଙ୍କ ଏହି ପଦକ୍ଷେପ କାଠ ଚୋର ଏବଂ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ, ଚାରିଚକିଆ ଯାନ ବ୍ୟବହାର କରି କାଠ ଚୋରଙ୍କୁ ଓ ବନ୍ୟଜନ୍ତୁ ଶିକାରୀଙ୍କୁ ଧରପଗଡ଼ କରିବା ସହଜ ହେଉଥିଲା ରେଂଜରଙ୍କ ପାଇଁ । ପୁଣି ହାତୀ ଘଉଡେ଼ଇବା କାମ ନିମନ୍ତେ ମଧ୍ୟ ଚାରିଚକିଆ ଯାନର ଆବଶ୍ୟକତା ରହିଥିଲା । ରାଜ୍ୟ ସରକାରଙ୍କ ରେଂଜରଙ୍କଠାରୁ ଚାରିଚକିଆ ଯାନ ପ୍ରତ୍ୟାହାର କରିନେବା ଭଳି ପଦକ୍ଷେପ ଆଗାମୀ ସମୟରେ ଘାତକ ପ୍ରମାଣିତ ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.