୯ ଦଫା ଦାବୀ ନେଇ ଏସ୍.ୟୁ.ସି.ଆଇ.(ସି)ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ଜନ ସମସ୍ୟାର ସମାଧାନ ଦାବୀ କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏସ୍.ୟୁ.ସି.ଆଇ(ସି) ବଲାଙ୍ଗିର ଶାଖା ତରଫରୁ ଅଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ୯ ଦଫା ଦାବୀ ସମ୍ମିଳିତ ଏକ ଦାବୀପତ୍ର ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶଙ୍କର୍ଷଣ ପଧାନକୁ ଏୟୁସିଆଇ ର ସଦସ୍ୟମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।
ଆହୁରି,ମହାମାରୀ କରୋନା ପରିସ୍ଥିତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଭୁଲ ନିଷ୍ପତ୍ତି ଯୋଗୁଁ ଜିଲ୍ଲାର ଚାଷୀ, ଶ୍ରମିକ, ଛାତ୍ର, ବେକାର ଯୁବକ ସମସ୍ତଙ୍କର ଆର୍ଥିକ-ସମାଜିକ ପରିସ୍ଥିତି ଦୁର୍ବସହ ହୋଇ ପଡିଛି । ଯୁବକ ତଥା ଫେରିଥିବା ଦାଦନ ଶ୍ରମିକମାନେ ବେରୋଜଗାର ହୋଇ ବସିଛନ୍ତି । ସ୍ୱାସ୍ଥ୍ୟସେବା ବ୍ୟପର୍ୟ୍ୟସ୍ତ ହୋଇପଡିଛି । ଚାଷୀମାନଙ୍କୁ ସବ୍‌ସିଡ଼ି ମୁଲ୍ୟରେ ସାର ଓ କୀଟନାଶକ ମିଳୁନାହିଁ । ସାରର କୁତ୍ରିମ ଅଭାବ ସୃଷ୍ଟି କରି ଚାଷୀମାନଙ୍କୁ ଶୋଷଣ କରୁଥିବା ବେପାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ସଂଘ ତରଫରୁ ବିକ୍ଷୋଭ ସମୟରେ କୁହାଯିବା ସହ ବିଭିନ୍ନ ସରକାରୀ ନୀତିକୁ କଠୋର ସମାଲୋଚନା କରାଯାଇଛି ।
ସେହିପରି ଚାଷୀମାନଙ୍କୁ ସବ୍‌ସିଡ଼ି ମୂଲ୍ୟରେ ସାର, କୀଟନାଶକ ଓ ବିହନ ଯୋଗାଇ ଦିଆଯାଉ, ସାରର କଳାବଜାରୀ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ, ବେରୋଜଗାର ଯୁବକ, ଦାଦନ ଶ୍ରମିକ, ଗରିବ ମଧ୍ୟବିତ୍ତଙ୍କୁ ତୁରନ୍ତ ରୋଜଗାର ଯୋଗାଇ ଦିଆଯାଉ, ଛାତ୍ର-ଶିକ୍ଷକ-ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷାନୀତି-୨୦୨୦କୁ ବାତିଲ କର, କରୋନା ରୋଗୀଙ୍କ ସମେତ ଅନ୍ୟ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉ, ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ଅଭାବୀ ପରିବାରୁ ଖାଦ୍ୟଦ୍ରବ୍ୟ ଯୋଗାଇ ଦିଅ, ମଦ ମାଦକ ଦ୍ରବ୍ୟ ଏବଂ ଅଶ୍ଳୀଳତାର ସମ୍ପୁର୍ଣ୍ଣ ବନ୍ଦ କରାଯାଉ, ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପତ୍ରର ଅହେତୁକ ଦରବୃଦ୍ଧିରେ ରୋକ ଲଗାଯାଉ, ଛାତ୍ରଛାତ୍ରଙ୍କ ସମସ୍ତ ଫି’ ଛାଡ କରାଯାଉ ଇତ୍ୟାଦି ୯ ଦଫା ଦାବୀପତ୍ରରେ ଉଲ୍ଲେଖ ରହିଛି ।
ଆଜିର ଏହି କାର୍ୟ୍ୟକ୍ରମରେ ଏସ୍.ୟୁ.ସି.ଆଇ(ସି) ଜିଲ୍ଲା ସାଂଗଠନିକ ସଂପାଦକ ସୁନୀଲ ଭୋଇ, ରାଜେନ୍ଦ୍ର ରଣା, କୁଶପୃଷ୍ଟି ବାଗ, ଅକ୍ଷୟ ନନ୍ଦ ସହ ବହୁ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.