csstore

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂଯୁକ୍ତ ଶାଖା, ସେକ୍ଟର ୨ ଆନୁକୂଲ୍ୟରେ ମା ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସେକ୍ଟର ୨ ସ୍ଥିତ ଏନ୍‌ଏସି ମାର୍କେଟ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ହରେକୃଷ୍ଣ ମାଝୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ସମସ୍ତେ ଅତି କମରେ ନିଜ ମା’ଙ୍କ ନାମରେ ଗଛ ଟିଏ ଲଗାଇବାକୁ ଆହ୍ୱାନ ଦେଇଥିଲେ । ବୃକ୍ଷରୋପଣ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ଓ ମାନବ ଜାତି ପାଇଁ ଏହା କିପରି ଆବଶ୍ୟକତା ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସମାଜପତି ରାୟ, ସହ ସମ୍ପାଦିକା ରାଜଶ୍ରୀ ମିଶ୍ର, ପ୍ରଭାତ କୁମାର ପ୍ରଧାନ, ହନୁମାନ ଗୋୟଲ, ପ୍ରମୋଦ ଜୟସ୍ୱାଲ, ଏସ୍‌ ମିଶ୍ରା, ସୁବ୍ରତ ବଳ, ସୁଦର୍ଶନ ମହତୋ, ଶତୃଘ୍ନ ନାୟକ, ବିଶେଷ ଦାସ, ଗିରିଜା ଶଙ୍କର ସ୍ୱାଇଁ, ସଚିନ ବେହେରା, ଓମ୍ ପ୍ରକାଶ ବାରିକ, ସବିତା ଜେନା, ଚନ୍ଦ୍ରଭାନୁ ମୁଣ୍ଡା, ସୁରେନ୍ଦ୍ର ନାୟକ, ଜଗନ୍ନାଥ ରାୟ, ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ ।

jayashree
Leave A Reply

Your email address will not be published.