pakka

ମହିଳା ଫୁଟବଲ ଲିଗରେ ସ୍ପୋର୍ଟ୍ସ ଓଡିଶାକୁ ହରାଇଲା ଓଡିଶା ଏଫସିଡବ୍ଲ୍ୟୁ

bbehera

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡିଶା ମହିଳା ଲିଗ ଫୁଟବଲରେ ଶନିବାର ଓଡିଶା ଏଫସିଡବ୍ଲ୍ୟୁ ବିଜୟ ହାସଲ କରିଛି । ସ୍ପୋର୍ଟ୍ସ ଓଡିଶାକୁ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚ୍‌ରେ ଓଡିଶା ଏଫସିଡବ୍ଲ୍ୟୁ ୬-୧ ଗୋଲରେ ହରାଇଥିଲା । ବିଜୟୀ ଦଳ ପକ୍ଷରୁ ମ୍ୟାଚ୍‌ର ପ୍ରଥମ ଏବଂ ୪୪ ମିନିଟରେ ଯଶୋଦା ଓ ୧୮ ମିନିଟରେ ଦୀପା ଗୋଲ ସ୍କୋର କରି ଦଳକୁ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୩-୦ରେ ଅଗ୍ରଣୀ କରାଇଥିଲେ । ୪୯ ମିନିଟରେ ମନୀଷା ସ୍ପୋର୍ଟ୍ସ ଓଡିଶା ପାଇଁ ଏକମାତ୍ର ଗୋଲଟି ଦେଇଥିଲେ । ୬୩ ଓ ୮୩ ମିନିଟରେ ଦୀପା ୨ଟି ଗୋଲ ଏବଂ ୮୮ ମିନିଟରେ କାତ୍‌ର୍ତ୍ତିକା ଓଡିଶା ଏଫସିଡବ୍ଲ୍ୟୁ ପକ୍ଷରୁ ଗୋଲ କରି ମ୍ୟାଚ୍‌କୁ ଜିତି ନେଇଥିଲେ ।

Leave A Reply

Your email address will not be published.

eighteen − ten =