pakka

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

bbehera

ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଦୀକ୍ଷିତପଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ବିଦ୍ୟୁତ୍‌ଖୁଣ୍ଟ ବୋଝେଇ ଟ୍ରକ୍‌କୁ ବାଇକ୍‌ ପଛପଟୁ ଧକ୍କା ଦେବାରୁ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ଉଲ୍ଲାସ ଚନ୍ଦ୍ର ସାହୁ(୫୩) ଓ ସ୍ତ୍ରୀ ମମତା(୫୦) । ତାଙ୍କ ଘର ଟାଙ୍ଗୀ ଥାନା ଅଧିନସ୍ଥ ସୋରଣ ପଞ୍ଚାୟତର ବଡଡିହ ଗ୍ରାମର ହୋଇଥିବା ଜଣାପଡ଼ିଛି । ସ୍ୱାମୀ-ସ୍ତ୍ରୀ ଦୁହେଁ ବାଲୁଗାଁରୁ ଟାଙ୍ଗୀ ଆସୁଥିବା ବେଳେ ଦୀକ୍ଷିତପଡ଼ା ଛକରେ ଏହି ଦୁର୍ଘଟଣା ଘଟିଥିଲା । ବିଦ୍ୟୁତ୍‌ଖୁଣ୍ଟ ବୋଝେଇ କରି ଏକ ଟ୍ରକ୍‌ ଦକ୍ଷିଣରୁ ଅପର ପାର୍ଶ୍ୱକୁ ଅତିକ୍ରମ କରୁଥିବା ବେଳେ ବାଇକ୍‌ଟି ଟ୍ରକ୍‌ ପଛ ଭାଗରେ ଥିବା ବିଦ୍ୟୁତ୍‌ଖୁଣ୍ଟରେ ମାଡ଼ ହୋଇଥିଲା । ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ କୁହୁଡ଼ି ଫାଣ୍ଡି ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ । ଟାଙ୍ଗୀ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.

10 + five =