pakka

ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଅଧ୍ୟକ୍ଷା ଭାବନା ସିଂ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ ପୋଲିସ ବିଭାଗର କ୍ରୀଡାବିତ୍‌ ସନ୍ତୋଷ ପ୍ରଧାନ, ଭଟଲି ମୁଲବାର ହାଇସ୍କୁଲର ଖେଳ ଶିକ୍ଷକ ଶ୍ରିବାସ ପ୍ରଧାନ, ଯୁବ ନେତା ଗୌତମ ସିଂ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ବିଜୟ କୁମାର ଦିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଗିରିଶ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ । ଗୀତାଞ୍ଜଳି ପଟେଲ ଓ ଅନ୍ୟାନ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉତ୍ସବରେ ଉପସ୍ଥିତ ସ୍ଥାନୀୟ ସାମ୍ବାଦିକଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମଳୟ ବିଶ୍ୱାଳ, ଉମେଶ ଝାଙ୍କର, ମନରଞ୍ଜନ ପାଢୀ, ସୁଷମାକାନ୍ତ ଲାକ୍ରା, ଇତିସ୍ମିତା ମିଶ୍ର, ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ ଭୁବନେଶ୍ୱରରୁ ଆସିଥିବା ୭ ଜଣ ଛାତ୍ର ଶିକ୍ଷକ ସମେତ ଅନ୍ୟ କର୍ମଚାରୀମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଜଗଦିଶ ପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

seven + ten =