pakka

ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଫେସନ ସୋ’ରେ ‘ସୁବର୍ଣ୍ଣା ଶ୍ରୀ’ର ଅଂଶ ଗ୍ରହଣ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଏକାମ୍ର ହାଟରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ୱାରା ତା ୧୦/୦୮/୨୨ରେ ଆୟୋଜିତ ଫେସନ ସୋ’ରେ ସୁବର୍ଣ୍ଣା ଶ୍ରୀର ପ୍ରଡ୍ୟୁସର କମ୍ପାନି ଅଂଶ ଗ୍ରହଣ କରିଥିଲେ । ଉକ୍ତ ଫେସନ ସୋ’ରେ ସୁବର୍ଣ୍ଣପୁର ସୁବର୍ଣ୍ଣା ଶ୍ରୀର ପ୍ରଡ୍ୟୁସର କମ୍ପାନି ତରଫରୁ ଜିଲ୍ଲାର ବୁଣାକାର ତଥା ମହିଳା ବୁଣାକାରମାନଙ୍କ ଦ୍ୱାରା ଉତ୍ପାଦିତ ଉନ୍ନତ କଳା କୌଶଳ ତଥା ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ହସ୍ତତନ୍ତ କଟନ ବାନ୍ଧ ଶାଢ଼ୀ, ବୋମକେଇ ଡିଜାଇନ ଶାଢ଼ୀ ତଥା ସିଲ୍କ ବାନ୍ଧ ଶାଢ଼ୀ ଓ ବୋମକେଇ ଡିଜାଇନ ଶାଢ଼ୀ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ବାହାର ମୋଡେଲ ମାନଙ୍କ ଦ୍ୱାରା ଆଧୁନିକ ଶୈଳୀରେ ହସ୍ତତନ୍ତର ବଡି ଡିଜାଇନ ତଥା ଆଞ୍ଚଳ ଡିଜାଇନକୁ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥିଲେ ଯାହା କି ଉପସ୍ଥିତ ଥିବା ଅତିଥି ବୃନ୍ଦ ତଥା ଅଗଣିତ କ୍ରେତା, ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହିତ ବହୁଳ ଭାବରେ ଆଦୃତ ହୋଇ ପାରିଛି । ସୁବର୍ଣ୍ଣପୁରର ସୁବର୍ଣ୍ଣାଶ୍ରୀ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଓ ଓରମାସ ଦ୍ୱାରା ପ୍ରୋତ୍ସାହିତ ଜିଲ୍ଲାର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ଗଠିତ ଏକ ପ୍ରମୁଖ ହସ୍ତତନ୍ତ ଉତ୍ପାଦକ ସଂସ୍ଥା । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ବଳିଷ୍ଠ ନେତୃତ୍ୱ ତଥା ଦିଗଦର୍ଶନ ଦ୍ୱାରା ପରିଚାଳିତ ‘ସୁବର୍ଣ୍ଣାଶ୍ରୀ’ ଜିଲ୍ଲାର ହସ୍ତତନ୍ତ ଶିଳ୍ପର ବହୁଳ ଭାବରେ ପ୍ରଚାର, ପ୍ରସାର ସହ ବଜାରୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗର ସଚିବ ତଥା କମିଶନର ଶ୍ରୀମତୀ ଶୁଭା ଶର୍ମା, ଆୟୋଜିତ ଫେସନ ସୋ’ରେ ସୁବର୍ଣ୍ଣପୁର ଜିଲ୍ଲାର ଅଂଶଗ୍ରହଣକୁ ଅନୁମତି ପ୍ରଦାନ ପୂର୍ବକ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ଉକ୍ତ ହସ୍ତତନ୍ତ ଫେସନ ସୋ’ରେ ଜିଲ୍ଲାର ଅଂଶ ଗ୍ରହଣ ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କ ବଳିଷ୍ଠ ଉଦ୍ୟମ ଓ ତତ୍ୱାବଧାନରେ ଉପନିର୍ଦେଶକ ବୟନଶିଳ୍ପ ସୋନପୁର ଶାନ୍ତନୁ କୁମାର ମେହେର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ ଯୁବରାଜ ସାହୁ, ଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରମୁଖଙ୍କ ପରିଚାଳନା ଓ ସହଯୋଗରେ ସଫଳ ହୋଇପାରିଛି । ଫେସନ ସୋ’ ଆୟୋଜକ- ପରିଚାଳନା ନିର୍ଦେଶକ, ବୟନିକା ଶ୍ୟାମଭକ୍ତ ମିଶ୍ର, ତଥା ବୟନିକାର ଉଚ୍ଚ ପଦାଧିକାରୀ ଓ ବାଣିଜ୍ୟ ବିଭାଗର ଦକ୍ଷ ଟିମ ପୂର୍ଣ୍ଣ ମାତ୍ରାରେ ସହଯୋଗର ହାତ ବଢ଼ାଇ ଥିଲେ । ଏମ୍‌ସିଏଲ୍‌-ସମ୍ବଲପୁର ଫେସନ ସୋ’ର ପ୍ରଚାର ପ୍ରସାର ନିମନ୍ତେ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ । ଏହି ଫେସନ ସୋ’ର ସଫଳତା ନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀ, ସଂସ୍ଥା, ବ୍ୟକ୍ତି ବିଶେଷ, ଅନୁଷ୍ଠାନ ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

11 + thirteen =