pakka

ଗଞ୍ଜାମ ଏସପିଙ୍କୁ ବ୍ରହ୍ମାକୁମାରୀ ଭଉଣୀ ବିଜୟଲକ୍ଷ୍ମୀ ରାକ୍ଷୀ ବାନ୍ଧିଲେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏଙ୍କୁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ସଞ୍ଚାଳିକା ବିଜୟଲକ୍ଷ୍ମୀ ଭଉଣୀ ପବିତ୍ର ରକ୍ଷା ବନ୍ଧନର ମହତ୍ତ୍ଵ ବଜାୟ ସ୍ୱରୁପ ଭାଇ ବୋଲି ସମ୍ବର୍ଦ୍ଧିତ କରି ଗଞ୍ଜାମ ଏସପିଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଦେଶର ରକ୍ଷକ ତଥା ଆମ ସମାଜର ରକ୍ଷାକର୍ତ୍ତା ହେଉଛନ୍ତି, ସୈନିକ । ନିର୍ଭୀକତା ଭିତ୍ତିରେ ଦେଶକୁ ତଥା ଆମ ସମାଜକୁ ଶୃଙ୍ଖଳିତ କରିଥାନ୍ତି । ଶତ୍ରୁମାନଙ୍କ ଆକ୍ରମଣରୁ ଆମ ସମାଜକୁ ରକ୍ଷା କରିଥାନ୍ତି । ସେହିଭଳି ମହାନତା ଥିବା ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭାଇ ସ୍ୱରୂପ ଆଦରି ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ଦିବସରେ ରାକ୍ଷୀ ବାନ୍ଧି ଥାଆନ୍ତି । ବହୁ ପ୍ରଶାସନିକ ଅଧିକାରୀ, ସୈନିକ, ପୋଲିସ ଏବଂ ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ଦିବସରେ ବ୍ରହ୍ମାକୁମାରୀ ଭଉଣୀମାନେ ଆନୁଷ୍ଠାନିକ ଭାବେ ରାକ୍ଷୀ ବାନ୍ଧି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜୟଗାନ କରିଥାନ୍ତି ।

Leave A Reply

Your email address will not be published.

4 − one =