pakka

ଅସୀମ କରାଟେ ଏକାଡେମୀ ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ଆଜି ରକ୍ଷା ବନ୍ଧନ ଉତ୍ସବ ବଡ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କରାଟେ ସଂଗଠନର ଜିଲ୍ଲା ମୁଖ୍ୟ ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକାଡେମୀର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ମଣ୍ଡଳୀ ଉପସ୍ଥିତ ଥିଲେ । ଗତ ଆଠ ବର୍ଷ ହେଲା ଏହି ରକ୍ଷା ବନ୍ଧନ ଉତ୍ସବ ଏହି କରାଟେ ଏକାଡେମୀରେ ପାଳନ କରାଯାଉଥିବା କୋଚ୍‌ ଅସୀମ ଭୋଇ କହିଛନ୍ତି । ଏହି କରାଟେ ଏକାଡେମୀରେ ବିଭିନ୍ନ ସମ୍ପ୍ରଦାୟର ଛାତ୍ରଛାତ୍ରୀ କରାଟେ ତଥା ତାଇକଣ୍ଡୋ ପ୍ରଶିକ୍ଷଣ ନେଉଥିବା ବେଳେ ଆଜିକାର ଦିନରେ ସମସ୍ତେ ଏକତ୍ରିତ ହୋଇ ଏହି ରକ୍ଷା ବନ୍ଧନ ଉତ୍ସବରେ ନିଜକୁ ସାମିଲ କରି ସମସ୍ତେ ସମସ୍ତଙ୍କୁ ରାକ୍ଷୀ ବାନ୍ଧି ଥାନ୍ତି । ଏହି ଅବସରରେ କରାଟେ ଅନୁଷ୍ଠାନର ଛାତ୍ରୀଗଣ ବୃକ୍ଷକୁ ମଧ୍ୟ ରାକ୍ଷୀ ବାନ୍ଧି ସମାଜକୁ ଏକ ଭିନ୍ନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 × 1 =