pakka

ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ଜରୁରୀ ବୈଠକ

bbehera
  • ଏଚ୍‌ଏମ୍‌ଏସ୍‌ର ନେତା ରାଜେନ୍ଦ୍ର ସିଂଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରଥମେ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଥିବା କର୍ମଚାରୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଆଉଟସୋର୍ସିଂରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଧମକଚମକ ଦେବା ଓ ଛଟେଇ କରାଯିବା ସମ୍ପର୍କରେ ପ୍ରତିବାଦ କରିବାକୁ ସ୍ଥିରିକୃତ ହୋଇଥିଲା । ନଗର ଚିକିତ୍ସାଳୟ ଭଳି ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଆବଶ୍ୟକ କର୍ମଚାରୀ ଅଭାବରୁ ସମ୍ପ୍ରତି କର୍ମଚାରୀମାନଙ୍କ ଉପରେ ଅଧିକ କାର୍ଯ୍ୟଭାର ପଡ଼ୁଛି । ଦୀର୍ଘଦିନ ଧରି ଡିପିସି ହୋଇ ନଥିବାରୁ ଯୋଗ୍ୟତା ସମ୍ପନ୍ନ କର୍ମଚାରୀମାନଙ୍କୁ ପଦୋନ୍ନତି ଦିଆଯାଇ ପାରୁନାହିଁ । ନଗର ଚିିକିତ୍ସାଳୟ ମଧ୍ୟରେ ଥିବା କ୍ୱାଟରଗୁଡ଼ିକ ଭାଙ୍ଗି ଦିଆଯାଇଥିବାରୁ କାର୍ଯ୍ୟରତ ସ୍ୱଳ୍ପ ବେତନଧାରୀ କର୍ମଚାରୀମାନେ ଅଧିକ ଭଡ଼ା ଦେଇ ବାହାରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ କର୍ମଚାରୀମାନଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଉ ବୋଲି ଦାବୀ କରାଯାଇଛି । ନଗର ଚିକିତ୍ସାଳୟ ମଧ୍ୟରେ ମହିଳାମାନଙ୍କ ପାଇଁ ଡ୍ରେସ୍‌ ଚେଞ୍ଜ ରୁମ୍‌ ନଥିବାରୁ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ବଡ଼ ବଡ଼ ହସ୍ପିଟାଲରେ କର୍ମଚାରୀମାନଙ୍କ ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା ଥିଲେ ମଧ୍ୟ ନଗର ଚିକିତ୍ସାଳୟରେ ଏହି ବ୍ୟବସ୍ଥା ହୋଇନାହିଁ । ତେଣୁ ତୁରନ୍ତ ଏକ କ୍ୟାଣ୍ଟିନର ବ୍ୟବସ୍ଥା କରିବାକୁ ଦାବୀ କରାଯାଇଥିଲା । ଏହି ବୈଠକରେ ସଂଗଠନର ଆଇନ ପରାମର୍ଶଦାତା ଶିବ ଶଙ୍କର ପତି, ରାଜ୍ୟ ମେଡିକାଲ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, ପୂର୍ବତନ ସମ୍ପାଦକ ଜି.ନରସିଂହ ରାଓ, ଟୁନା ଜେନା, ମମତା ନାୟକ (ବି), ଟୁଟୁ ନାୟକ, ଶିବା ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

jay balangir
Leave A Reply

Your email address will not be published.

18 − 13 =