pakka

ବାବା ବର୍ଫାନି କାଉଡିଆ ସେବା ମଣ୍ଡଳ ବଲାଙ୍ଗିର ପକ୍ଷରୁ ବୋଲବମ୍‌ ଭକ୍ତଙ୍କୁ ସେବା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ବଲାଙ୍ଗିର ସହରର ବାବା ବର୍ଫାନି କାଉଡିଆ ସେବା ମଣ୍ଡଳ ପକ୍ଷରୁ ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ବାବା ବର୍ଫାନି କାଉଡିଆ ସେବା ମଣ୍ଡଳ ସଦସ୍ୟ ନରେନ୍ଦ୍ର କୁମାର ସାହୁ, ମନୋଜ କୁମାର ମହାନ୍ତି, ସୌମେନ୍ଦ୍ର କୁମାର ପରିଚ୍ଛା ଓ ଆକାଶ ମିଶ୍ରଙ୍କ ନେତୃତ୍ୱରେ ସଦର ବ୍ଲକ ଅନ୍ତର୍ଗତ ବାରପୁଡଗିଆର ରାଜ୍ୟ ରାଜପଥ କଡରେ ଥିବା ଖେଳ ପଡିଆଠାରେ ଗତ ୩ଦିନ(୯ ରୁ ୧୧ତାରିଖ) ପର୍ଯ୍ୟନ୍ତ ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ଉକ୍ତ ଖେଳ ପଡିଆରେ ସୁ ଉଚ୍ଚ ତୋରଣ କରାଯାଇଥିଲା । ହରିଶଙ୍କର ତଥା ବିଭିନ୍ନ ଜଳାଶୟରୁ ପାଣି ଆଣି ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ବିଭିନ୍ନ ଶିବାଳୟରେ ଜଳାଭିଷେକ କରିବାକୁ ବଲାଙ୍ଗିର-ପାଟଣାଗଡ ରାଜ୍ୟ ରାଜପଥରେ ଯାଉଥିବା ହଜାର ହଜାର କାଉଡିଆ ଏବଂ ସାଧାରଣ ଲୋକଙ୍କୁ ସଂଗଠନ ପକ୍ଷରୁ ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୭୨ ଘଣ୍ଟା ଧରି ଯୋଗାଇ ଦିଆଯାଇଥିଲା । ଏପରିକି କାଉଡିଆଙ୍କ ମନୋରଂଜନ ପାଇଁ ତିନି ଦିନ ଧରି ପଂଚମ ପକ୍ଷରୁ ଭଜନ ସଂଧ୍ୟା ମଧ୍ୟ ଆୟୋଜନ କରାଯାଇଥିଲା । ବିଗତ ୧୩ବର୍ଷ ହେଲା ସଂଗଠନ ପକ୍ଷରୁ ଏହିପରି କାଉଡିଆମାନଙ୍କୁ ସେବା ଯୋଗାଇ ଦିଆଯାଉଛି । କିନ୍ତୁ ଗତ ୨ବର୍ଷ କରୋନା ମହାମାରୀ ଯୋଗୁଁ ଏହି ସେବା ବନ୍ଦ ଥିଲା, ତେଣୁ ଚଳିତ ବର୍ଷ ବହୁ ଉତ୍ସାହ ସହ ସଂଗଠନର ସଦସ୍ୟ ଓ ବୋଲବମ୍‌ ଭକ୍ତମାନେ ଯୋଗ ଦେଇଥିଲେ । ସଂଗଠନର ସଦସ୍ୟ ସୀତାରାମ ମେହେର, କମଲ କିଶୋର ଅଗ୍ରୱାଲ, ମନୋଜ ସାହୁ, ସିଦ୍ଧାର୍ଥି ପଟେଲ, ମୁନ୍ନାଲାଲ ଅଗ୍ରୱାଲ, ଭାବେଶ ପଟେଲ, ପ୍ରଶାନ୍ତ ବିଶ୍ୱାଲ, ରାଧେଶ୍ୟାମ ସାହୁ, ବିକାଶ ଅଗ୍ରୱାଲ, ସୁରେନ୍ଦ୍ର ସାହୁ, ନରୋତମ ପଟେଲ, ସୁରିନ୍ଦର ସିଂ, ରାଜେନ୍ଦ୍ର ସାହୁ, ସୁବାସ ଅଗ୍ରୱାଲ, ଦର୍ଶନ, ଜନ୍ନଜଂୟ, ସନ୍ଦିପ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଦେବଦତ ମିଶ୍ର, ସିମାଚଂଲ ପଣ୍ଡା, ମନୋଜ କେଜ୍ରିୱାଲ, ଜମ୍ବୋ ୱାଧାନୀ ଓ ଲାଲା ପ୍ରମୁଖ ଆର୍ଥିକ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ସହଯୋଗ କରିଥିବା ସମସ୍ତ ସଂଗଠନ ଓ କର୍ମକର୍ତ୍ତାଙ୍କୁ ବାବା ବର୍ଫାନି କାଉଡିଆ ସେବା ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ଏହି ସେବା ଶୁକ୍ରବାର ସକାଳରେ ସମାପ୍ତ ହୋଇଥିଲା । ଯେ କୌଣସି ବ୍ୟକ୍ତି ବିଶେଷ ଏଠାକୁ ଆସିଲେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସଂଗଠନ ସମସ୍ତ କର୍ମକର୍ତ୍ତା ନିଜସ୍ୱ ଆର୍ଥିକ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଆଗାମୀ ବର୍ଷ ଏହି କାର୍ଯ୍ୟକ୍ରମ ଆହୁରି ଭବ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।

jay balangir
Leave A Reply

Your email address will not be published.

2 × five =