pakka

ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ଉପରେ ଦୁଇ ଫୁଟ ପାଣି : ଲୋକେ ହନ୍ତସନ୍ତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି ଫଳରେ ଲୋକଙ୍କ ଗମନା ଗମନରେ ବ୍ୟାହତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଡେଲାଙ୍ଗ ଷ୍ଟେସନ ବଜାରଠାରୁ ଇଁଦିପୁର ବଜାର ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚରେ ବର୍ଷା ଜଳ ଜମି ରହିବାରୁ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଉଛନ୍ତି ବୋଲି ମତ ପ୍ରକାଶ ପାଉଛି । ରାସ୍ତାର ଉଭୟ ପାର୍ଶ୍ଵରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏଭଳି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି ବୋଲି କିଛି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ବିଭାଗୀକରଣ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଏହାର ପ୍ରତିକାର ପାଇଁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

five − 4 =