pakka

ଚାରା ରୋପଣ ଦୁର୍ନୀତିରେ ୨ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

bbehera

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସତୁରି ଲକ୍ଷ ଟଙ୍କା ଚାରା ରୋପଣ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । ସବୁଜ ଡେଲାଙ୍ଗ ଟ୍ରଷ୍ଟର ସଂପାଦକ ସୋମନାଥ ସେନାପତିଙ୍କ ଦ୍ୱାରା ଦାୟର ଲୋକାୟୁକ୍ତ କେସ୍‌ ନମ୍ବର -୧୩୬/୨୦୨୧ର ଶୁଣାଣି କରି ମୃତ୍ତିକା ସଂରକ୍ଷଣ ବିଭାଗର ତତ୍କାଳୀନ ସହକାରୀ ନିର୍ଦ୍ଦେଶକ ଉଛବ ଚରଣ ସ୍ୱାଇଁ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀମତୀ ଅଙ୍କିତା ମିଶ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଲୋକାୟୁକ୍ତ । ଏହି ନିର୍ଦ୍ଦେଶ ପରେ ପରିବେଶ ପ୍ରେମୀ ତଥା ବୁଦ୍ଧିଜୀବୀମାନଙ୍କ ଗହଣରେ ଆନନ୍ଦର ଲହରୀ ଦେଖାଯିବା ସହ ସୋମନାଥ ସେନାପତିଙ୍କ ଏଭଳି ପ୍ରକୃତି, ପରିବେଶ ସୁରକ୍ଷା ଓ ଜନହିତକର କାର୍ଯ୍ୟକୁ ସାଧାରଣରେ ଭୁରି ଭୁରି ପ୍ରଂଶସା କରାଯାଇଛି । ତେବେ ବିଭାଗ କି କାର୍ଯ୍ୟାନୁଷ୍ଠାନ ନେଉଛି ଉତ୍କଣ୍ଠାର ସହ ଅନାଇ ବସିଛନ୍ତି ଡେଲାଙ୍ଗବାସୀ ।

jay balangir
Leave A Reply

Your email address will not be published.

twenty − 2 =