pakka

ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମର ଶୁଭାରମ୍ଭ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗଠାରେ ପବିତ୍ର ରକ୍ଷା ବନ୍ଧନ ଦିବସରେ ‘ବୃକ୍ଷ ବନ୍ଧୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ ଓ ଅମରାବତୀ ୟୁକୋ କ୍ଲବର ମିଳିତ ଆନୁକୂଲ୍ୟରେ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ଅଧ୍ୟକ୍ଷତା ଓ ଜୁନିୟର ରେଡକ୍ରସ କାଉନ୍ସେଲର ତଥା ପ୍ରକୃତି ବନ୍ଧୁ ଶିକ୍ଷକ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁୁଖ୍ୟ ଅତିଥି ଭାବରେ ଗୁଡଭେଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍ସେଲର ପ୍ରଭାକର ଛନ୍ଦ ଓ ମୁଖ୍ୟ ବକ୍ତା ଭାବରେ ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍ସେଲର ଅରବିନ୍ଦ କୁମ୍ଭାର ଯୋଗଦାନ କରିଥିଲେ । ବୃକ୍ଷ ଆମକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମୌଳିକ ଆବଶ୍ୟକତା ଯାହା ଖାଦ୍ୟ, ବସ୍ତ୍ର, ବାସଗୃହ ତଥା ଅମ୍ଲଜାନ ଯୋଗାଇଥାଏ । ଜଳବାୟୁ ପରିବର୍ତ୍ତନରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବୃକ୍ଷ ଆମର ବନ୍ଧୁ ଅଟେ ବୋଲି ଅତିଥିଗଣ ଶୁଭ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା । ପରେ ଅତିଥିଗଣଙ୍କ କରକମଳରୁ ବୃକ୍ଷ ରୋପଣ କରି ଆନୁଷ୍ଠାନିକ ଭାବରେ ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଗ୍ରାମବାସୀ ଓ ଛାତ୍ରଛାତ୍ରୀ ପାଞ୍ଚ ଶହରୁ ଅଧିକ ବୃକ୍ଷ ରୋପଣ କରିଥିଲେ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସଇଁତଲା ବ୍ଲକରେ ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀମାନଙ୍କର ସହାୟତାରେ ପଚାଶ ହଜାର ବୃକ୍ଷ ରୋପଣ କରିବା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ନାଟକ, ଶୋଭାଯାତ୍ରା, ଲିଫଲେଟ୍‌ ବଣ୍ଟନ, ମଞ୍ଜି ସଂଗ୍ରହ ଓ ବୃକ୍ଷର ସୁରକ୍ଷା ତଥା ଚାରା ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଳ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମବାସୀ କପିଳ ରଣା, ଟିଟୁ ଭୋଇ, ବିଘ୍ନ ରଣା, ମହେନ୍ଦ୍ର ରଣା, ଆକାଶ ରଣା ପ୍ରମଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

four × 3 =