pakka

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଜେଲରୋଡ ସ୍ଥିତ ପଦ୍ମାବତୀ ସ୍ମୃତି ସଦନଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଫେସର ଡ. ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭବାନୀଶଙ୍କର ଚାନ୍ଦେଲ ମୁଖ୍ୟ ଅତିଥି, ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ବିଜୟ କୁମାର ସାହୁ ସମ୍ମାନିତ ଅତିଥି, ହରିହର ବେହେରା ସମ୍ମାନିତ ବକ୍ତା ଓ ଅନ୍ୟତମ ଅତିଥି ଭାବେ ଡ. ଉମାକାନ୍ତ ପଣ୍ଡା ଓ କାଶୀନାଥ ନନ୍ଦୀ ଯୋଗଦେଇ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ଓ ତାଙ୍କର କାଳଜୟୀ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଗଙ୍ଗାଧର ମାଟି, ମାତୃଭୂମି, ମାତୃଭାଷା, ପ୍ରକୃତି, ଦେଶଭକ୍ତି, ସାମାଜିକ ସଂସ୍କାର ମୂଳକ, ଗୀତ, ଭକ୍ତି ଗୀତ, ନୈତିକତା ଓ ଜୀବନର ସମସ୍ତ ଦିଗକୁ ଆଚ୍ଛାଦନ କରି ନିଜର କଲମ ଚାଳନା କରିଥିଲେ । ତାଙ୍କ ସୃଷ୍ଟିରେ ପ୍ରକୃତି ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥିବାରୁ ତାଙ୍କୁ ପ୍ରକୃତି କବି ବୋଲି ସମ୍ବୋଧନ କରାଯାଏ । ସେହିପରି ତପସ୍ୱିନୀ କାବ୍ୟରେ କବିଙ୍କ ଅମୃତମୟ ନିର୍ମଳଧାରା ପ୍ରତ୍ୟେକ ଶବ୍ଦରେ ବ୍ରହ୍ମଜ୍ଞାନ, ସ୍ୱର୍ଗସୁଖକୁ ମର୍ତ୍ତ୍ୟରେ ଆଣି ବିଚରଣ କରିବା ଖୁବ୍ କ୍ୱଚିତ ଭାରତୀୟ କବିଙ୍କ ପାଖରେ ମିଳେ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ, ପ୍ରକାଶ ସେଠୀ, କାଶୀନାଥ ନନ୍ଦୀ, ଅଶୋକ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ହରିହର ବେହେରା, କୁଞ୍ଜବିହାରୀ ରାଉତ, ବିଜୟ ସାହୁ, ପ୍ରଣତୀ ଲେଙ୍କା ପ୍ରମୁଖ କବିତା ପାଠ କରିଥିବା ବେଳେ ଶେଷରେ ଶ୍ରୀ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

seven + five =