pakka

କପସିପାଲି ଗ୍ରାମ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ପିଇଓ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପାଟଣାଗଡ଼ ରାସ୍ତାର କପସିପାଲି ଗ୍ରାମ ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜିତ ସାହୁ ଗୁରୁତର ଆହତ ହୋଇଥିବା ବେଳେ ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପିଇଓ ରଂଜିତ କୁମାର ସାହୁ ଓଡିଆପାଲି ପଂଚାୟତର ନିର୍ବାଚନ ଅଧିକାରୀ ଥିବା ବେଳେ ପ୍ରର୍ଥୀପତ୍ର ଜାଂଚ ଥିବାରୁ ଦାୟିତ୍ୱ ସାରି ବ୍ଲକ କାର୍ଯ୍ୟାଳୟକୁ ବାଇକ ଚଳାଇ ଆସୁଥିଲେ । ତେବେ ଏହି ସମୟରେ ଅନ୍ୟପଟୁ ଅସୁଥିବା ଏକ କାର କପସିପାଲି ଗ୍ରାମ ପୂର୍ବରୁ ଥିବା ମୋଡଣୀରେ ଉଭୟେ କାର ଏବଂ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେଇଥିଲା । ଦୁର୍ଘଟଣାରେ ବାଇକଟି ଭାଙ୍ଗିରୁଚି ଯାଇଥିବା ବେଳେ ବାଇକ ଚାଳକ ପିଇଓ ଶ୍ରୀ ସାହୁଙ୍କ ହାତ, ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ପହଞ୍ଚାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଡାକ୍ତର ପିଇଓ ଶ୍ରୀ ସାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନନ୍ତର କରିଥିବା ବେଳେ ବର୍ତ୍ତମାନ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

20 + 16 =