pakka

ସେଲ୍ୟୁଟ୍‌ ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ

bbehera

ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଓଡିଶାର କଟକ ଓଡ଼ିଆ ବଜାରଠାରେ ହୋଇଥିଲା ।

ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିବା ପାଇଁ ସଶସ୍ତ୍ର ଆନ୍ଦୋଳନ ଉପରେ ଗାଢ଼ ବିଶ୍ୱାସ ରଖି ଡାକରା ଦେଇଥିଲେ ନେତାଜୀ । ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କ ଦ୍ୱାରା ସେ ଯଥେଷ୍ଟ ଅନୁପ୍ରାଣିତ ହୋଇଥିଲେ । ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ଜର୍ମାନୀର ନାଦି ଶାସକ ହିଟଲରଙ୍କ ସହ ସାକ୍ଷତ କରି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କଲେ ଓ ବର୍ଲିନ ଠାରେ ଏକ ମୁକ୍ତ ଭାରତ ସଂଗଠନ କରିଥିଲେ । ଭାରତବାସୀଙ୍କୁ ସଂଗ୍ରାମ ପାଇଁ ବର୍ଲିନରୁ ଆଜାଦ୍‌ ହିନ୍ଦ ରେଡିଓ ମାଧ୍ୟମରେ “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କରିଥିଲେ ।

ଓଡିଶା ମାଟିର ବୀରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ମାଟି ପାଇଁ ଚିର ପୂଜନୀୟ ଓ ସ୍ମରଣୀୟ । ତାଙ୍କ ଭଳି ଜଣେ ସୁଯୋଗ ସନ୍ତାନ ପାଇଁ ଭାରତ ମାତା ଧନ୍ୟ ହୋଇଛି । ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଭାରତ ମାଟିରେ ତାଙ୍କୁ ଅଜସ୍ର ଶ୍ରଦ୍ଧାଂଜଳି ଓ ସମ୍ମାନ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.

nineteen − eighteen =