କେନ୍ଦୁଘାଟି ନିକଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗଦତ କେନ୍ଦୁଘାଟି ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ଜଣାଯାଇଛି । ଗତକାଲି ରାତିରେ ଚନ୍ଦନପିଣ୍ଡା ଗ୍ରାମର ସୁରେଶ ମହାପାତ୍ର କେନ୍ଦୁଘାଟିଠାରୁ ନିଜ ଘରକୁ ଫେରୁଥିବା ବେଳେ କେନ୍ଦୁଘାଟି ନିକଟରେ ଏହି ଦୁର୍ଘଟଣା ହେଇଥିବା ସୂଚନା ମିଳିଛି । ପରେ ଘର ଲୋକେ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ । ପୋଲିସ ଶବ ଜବତ କରି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ୍ଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ମ.ରାମପୁର ଥାନାର ଏଏସଆଇ କାହ୍ନୁଚରଣ ପଣ୍ଡା ଘଟଣାର ତଦନ୍ତ ଚଳାଇଥିବା ବେଳେ ଏନେଇ ଏକ ମାମଲା କେସ ନଂ ୯୯/୨୦୨୧ ରୁଜୁ ହେଇଥିବା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

five × three =

error: Content is protected !!