ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ : ଗାଡି ଡ୍ରାଇଭର ଥାନାରୁ ଛୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବସଷ୍ଟାଣ୍ଡ ଛକଠାରେ ଏକ ଟୟୋଟା ଗାଡି ଓଆର୍‌୦୨ ଏ୨୬୪୩ ପ୍ରେସଲେଖା ଥିବା ଗାଡ଼ିରେ ଜରି ପକେଟ କେ ୨୦ ପକେଟ ଆନୁମାନିକ ୪୦ କେଜି ଗଞ୍ଜେଇ ଭର୍ତିଗାଡିକୁ କଣ୍ଟାମାଲ ପୋଲିସ ସଂନେ୍‌ନ୍ଦହକରି ଗାଡ଼ିକୁ ଧରିଥିଲା । ଗାଡ଼ିରେ ଜଣେ ମାତ୍ର ଗାଡିଚାଳକ ଥିବାବେଳେ ତାଙ୍କୁ ପଚରା ଯିବାରୁ ତାଙ୍କ ନାଁ ବିଭୂତି ଭୂଷଣ ନାୟକ, ଘର: ନିମାପଡା, ଜି:ପୁରୀ ବୋଲି ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଥାନା ପରିସରରୁ ଉକ୍ତ ଗାଡିଚାଳକ ଫେରାଲ ମାଡିଦେଇଥିବାରୁ ଏବେ କଣ୍ଟାମାଲ ପୋଲିସ ହରଡ଼ ଘଣାରେ ପଡିଛି । କେଉଁ ପରିସ୍ଥିତିରେ ସେ ଫେରାର ମାଇଲା ଏବେ ସାଧାରଣରେ ପୋଲିସ ଉପରେ ପ୍ରଶ୍ନ ଉଠୁଛି । ପୋଲିସର ଏଭଳି ଖାଁମଖିଆଳି ମନୋଭାବ ଯୋଗୁଁ ଏଭଳି ଅନେକ ଅପରାଧୀ କଣ୍ଟାମାଲ ଥାନରୁ ଖସିପଳେଇଛନ୍ତି ।

Leave A Reply

Your email address will not be published.

18 − 18 =

error: Content is protected !!