csstore

ଆର୍‌ଏସ୍‌ଏସ୍‌ର ସେବା ଭାରତୀ ତରଫରୁ ନିଃଶୁଳ୍କ ଅମ୍ଳଜାନ ବ୍ୟାଙ୍କ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆର୍‌ଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ)ର ସେବା ଭାରତୀ ତରଫରୁ ନିଃଶୁଳ୍କ ଅମ୍ଳଜାନ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ କରକମଳରେ ମାଁ ଭାରତୀଙ୍କ ଠାରେ ଦୀପ ପ୍ରଜ୍ୱଳନ କରାଯାଇ ଏହି ସମାରୋହ ଉଦଘାଟିତ ହୋଇଥିଲା । କରୋନା ରୋଗୀଙ୍କ ବ୍ୟବହାର ପାଇଁ ୬ ଟି ଅମ୍ଳଜାନ ପ୍ରସ୍ତୁତି ଯନ୍ତ୍ର ସହିତ ୩୦ ଟି ଅମ୍ଳଜାନ ସିଲିଣ୍ଡର ଏଥିରେ ସାମିଲ ଅଛି । ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ନଗର କାର୍ଯ୍ୟବାହ ପ୍ରକାଶ ଚନ୍ଦ୍ର ତରିଆ, ସହ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲା ପ୍ରଚାରକ ସନ୍ତୋଷ ବେହେରା, ବିଭାଗ କାର୍ଯ୍ୟବାହ କେଶବ ପଟେଲ, ସୁଶାନ୍ତ ପାଣିଗ୍ରାହୀ, ଦତ୍ତାନନ୍ଦ ପଣ୍ଡା, ପବିତ୍ର ଦାସ, ଗୋବିନ୍ଦ ମିଶ୍ର, ଅଶୋକ ସାହୁ, ଜଗଦୀଶ ବିଭାର, ଜ୍ୟୋତିରଞ୍ଜନ ମିଶ୍ର, କାହ୍ନା ଶତପଥୀ, ସୁରେନ୍ଦ୍ର ସେଠ, ସୁନୀଲ ମିଶ୍ର, ବିବେକା ବଗର୍ତ୍ତୀ, ପ୍ରେମରାଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.