pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା

bbehera

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ସୋମବାର ସକାଳେ କିଛି କଳାକାର ବୋଲେରୋରେ ନରଣପୁର ଗାଁରୁ ଡ୍ରାମା ରିହରସାଲ ସାରି ଫରୁଥିଲେ । ଓସ୍ତପୁର ହଳଦିଢ଼ିଅ ନିକଟରେ ବୋଲେରୋ ହଠାତ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା । ବୋଲେରୋରେ ଥିବା ୭ ଜଣଙ୍କ ମଧ୍ୟରୁ ଦୁର୍ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା । ବାକି ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ଆଉ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆଉ ୪ ଜଣ ଗୁରୁତରଙ୍କ ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଏଯାଏଁ ମୃତକଙ୍କ ପରିଚୟ ଜଣାପଡିନାହିଁ ।

jay balangir
Leave A Reply

Your email address will not be published.

5 × 4 =