ସଡ଼କ ଦୁର୍ଘଟଣାରେ ୧ ଗୁରୁତର ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଜେଆରଜିପୁର ପଞ୍ଚାୟତ ଆର. ବିଞ୍ଚଣାପଲ୍ଲୀ ଗ୍ରାମର ସାନାତନ ବେହେରା ଗାଡି ନମ୍ବର ଓଡି ୦୨ଏଲ -୨୪୮୦ରେ ସେ ଗଞ୍ଜାମରୁ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ଏକ କଳା ରଙ୍ଗର କାର ଦୃତଗତିରେ ଆସି ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ବ୍ୟକ୍ତି ଜଣକ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠା ଯାଇଥିଲା ।

Leave A Reply

Your email address will not be published.

2 × four =