pakka

ଜିଲ୍ଲାସ୍ତରୀୟ ଆଧାର ପରିଚାଳନା କମିଟି ବୈଠକ

  • ଆଧାର ଆମର ସ୍ୱତନ୍ତ୍ର ପରିଚୟ ପତ୍ର, ଏହାର ସଦା ସର୍ବଦା ସୁନିଶ୍ଚିତ ଓ ବ୍ୟବହାର ଯୋଗ୍ୟ ରଖିବା ସହିତ ଶତ ପ୍ରତିଶତ ଆଧାର ପଞ୍ଜିକରଣ ନିମନ୍ତେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଧାରକୁ ସଦା ସର୍ବଦା ସୁନିଶ୍ଚିତ ଓ ବ୍ୟବହାର ଯୋଗ୍ୟ ରଖିବା ସହିତ ଶତ ପ୍ରତିଶତ ଆଧାର ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଧାର ପଞ୍ଜିକରଣ ନିମନ୍ତେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆଧାର ପରିଚାଳନା କମିଟି ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ବୈଠକରେ ନିର୍ଦ୍ଦେଶକ, ୟୁଆଇଡିଏଆଇ କୋଲୋନେଲ ପ୍ରଶାନ୍ତ କକର, ଆଧାର ପଞ୍ଜିକରଣ ଓ ତତ୍‌ ସମ୍ବନ୍ଧିତ ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିବା ସହ ଆଧାର ପଞ୍ଜିକରଣ ଓ ଡେମୋଗ୍ରାଫି/ ବାୟୋମେଟ୍ରିକ୍‌ ଅପ୍‌ଡେସନ୍‌ ବିଷୟରେ ଆଲୋଚନା କରିଥିଲେ । ଆଧାର ନଂ ହେଉଛି ପରିଚୟର ପ୍ରମାଣ ଯାହା ଭାରତର ନିବାସୀଙ୍କୁ ଭାରତୀୟ ବିଶିଷ୍ଠ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ଦ୍ୱାରା ଜାରି ଏକ ୧୨ ଅଙ୍କ ବିଶିଷ୍ଠ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଓ ନିବାସୀଙ୍କ ପରିଚୟର ପ୍ରମାଣ । ଆଧାର ନିବାସୀଙ୍କୁ ଚିହ୍ନିବା ପାଇଁ ସୂଚନା(ନାମ, ଜନ୍ମ ତାରିଖ, ଲିଙ୍ଗ ଏବଂ ଠିକଣା), ମୁଖ୍‌ ଫଟୋଗ୍ରାଫ୍‌, ଆଙ୍ଗୁଠି ଛାପ ଏବଂ ଆଇରିସ୍‌ ବ୍ୟବହାର କରିଥାଏ । ଏହି ସୂଚନା ଗୁଡିକ ବାଧ୍ୟତାମୂଳକ ରହିଥିବା ବେଳେ ଏହା ସହିତ ନିବାସୀଙ୍କ ମୋବାଇଲ ଫୋନ୍‌ ନଂ ଏବଂ ଇ-ମେଲ୍‌ ପ୍ରଦାନ କରିବାର ବିକଳ୍ପ ଅଛି । ଆଧାର ସିଷ୍ଟମ ଅଧିବାସୀମାନଙ୍କ ପାଇଁ ସମଗ୍ର ଦେଶରେ ଅଫଲାଇନ୍‌ / ଅନଲାଇନ୍‌ ପରିଚୟ ଯାଞ୍ଚ ପ୍ରଦାନ କରିଥାଏ । ଥରେ ପଞ୍ଜିକରଣ କରିବା ପରେ, ଆପଣ ଇଲେକ୍ଟ୍ରୋନିକ ମାଧ୍ୟମ ବ୍ୟବହାର କରି କିମ୍ବା ଅଫଲାଇନ୍‌ ଯାଞ୍ଚ ମାଧ୍ୟମରେ ଆପଣଙ୍କର ପରିଚୟକୁ ଏକାଧିକ ଥର ପ୍ରମାଣିକରଣ ଏବଂ ପ୍ରତିଷ୍ଠା କରିବା ପାଇଁ ଆଧାର ନଂ ବ୍ୟବହାର କରି ପାରିବେ । ଆଧାର ମାଧ୍ୟମରେ ନିବାସୀ ବିଭିନ୍ନ ସରକାରୀ ଯୋଜନା / କାର୍ଯ୍ୟକ୍ରମର ଲାଭ ଉପଭୋଗ କରିବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହଜ ହୋଇଥାଏ । ପୁନଶ୍ଚ ନିବାସୀ ଏକ ମୋବାଇଲ ସିମ୍‌କାର୍ଡ ପାଇବା ସହଜ ହୋଇଥିବା ବେଳେ ବିଭିନ୍ନ ସ୍କୋଲାସିପ୍‌ ପ୍ରୋଗ୍ରାମ ପାଇଁ ଆଧାର ପରିଚୟ ଆକଶ୍ୟକ ହୋଇଥାଏ । ଏପରିକି ବ୍ୟାଙ୍କ ଦ୍ୱାରା ଋଣ ଆବେଦନର ଶୀଘ୍ର ପ୍ରକ୍ରିୟାକରଣ ହୋଇପାରେ । ମାତ୍ର ଏହାକୁ ସଦାସର୍ବଦା ସୁନିଶ୍ଚିତ ଓ ବ୍ୟବହାର ଯୋଗ୍ୟ ନିମନ୍ତେ ଆବଶ୍ୟକ ଆଧାର ଅପ୍‌ଡେଟ କରିବା ବାଞ୍ଛନିୟ, ଏଥି ନିମନ୍ତେ ଯେତେବେଳେ ଶିଶୁଙ୍କୁ ୫ ବର୍ଷ ଏବଂ ପୁଣି ଥରେ ୧୫ ବର୍ଷ ବୟସରେ ପିଲାମାନଙ୍କର ବାୟୋମେଟ୍ରିକ ବିବରଣୀ ଆଧାର ଅପ୍‌ଡେଟ୍‌ କରାଇବା ଆବଶ୍ୟକ । ପ୍ରତି ୧୦ ବର୍ଷରେ ଥରେ ଡେମୋଗ୍ରାଫି ଓ ବାୟୋମେଟ୍ରିକ୍‌ର ଆଧାର ଅପ୍‌ଡେଟ କରାଇବା । ଅର୍ଥାତ୍‌ ୨୦୧୪ ମସିହା ପୂର୍ବରୁ ଯେଉଁମାନେ ଆଧାର ପଞ୍ଜିକରଣ କରିଛନ୍ତି ସେମାନେ ରି-ଭେଲିଡେସନ୍‌ ପାଇଁ ଆଧାର ଅପ୍‌ଡେଟ୍‌ କରିବେ । ଶିଶୁ ତଥା ୫ ବର୍ଷ ଏବଂ ୧୫ ବର୍ଷ ବୟସରେ ପିଲାମାନଙ୍କର ବାୟୋମେଟ୍ରିକ୍‌ ବିବରଣୀ ଆଧାର ଅପ୍‌ଡେଟ୍‌ କରାଇବାରେ ସାହାଯ୍ୟ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ସୋନପୁର ଓ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସୋନପୁରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁମାନଙ୍କର ଆଧାରକୁ ସୁନିଶ୍ଚିତ କରିବା ନିମନ୍ତେ ଜନ୍ମ ପ୍ରମାଣ ପତ୍ର ଶୀଘ୍ର ପ୍ରଦାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସାଧାରଣଙ୍କର ଆଧାର ଅପ୍‌ଡେଟ୍‌ ସଚେତନ ସୂଚନା ପାଇଁ ଜିଲ୍ଲା ତଥା ତୃଣମୂଳ ସ୍ତରରେ ଆୟୋଜିତ ବିଭିନ୍ନ ବୈଠକରେ ଆଲୋଚନା କରିବା, ବେନର, ପୋଷ୍ଟର, ଫେସ୍‌ବୁକ୍‌, ଟ୍ୱିଟର, ହ୍ୱାଟ୍ସଅପ୍‌ ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରିବା ନିମନ୍ତେ ବୈଠକରେ ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଡିଏସ୍‌ଡବ୍ଲୁଓ ରେଣୁବାଳା ଦାଶ, ଡିଇ ଜିଏମ୍‌ ଗୁପ୍ତେଶ୍ୱର ରଣା, ଜିଲ୍ଲା ପରିଚାଳକ ସହଜ ରଜତ କୁମାର ଚୌହାନ ଜିଲ୍ଲା ସଂଯୋଜକ ବ୍ଲୁମ୍‌ ଅଭିନାଶ ପାଣ୍ଡିଆ, ପରିଚାଳକ ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ କୃଷ୍ଣଚନ୍ଦ୍ର ନାଏକ, ଏସ୍‌ବିଆଇ ସୋନପୁର ସରୋଜ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହି ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

20 + 1 =