pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

bbehera

ବୋଲଗଡ଼ : ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ପଞ୍ଚୁକୋଟ ଅଭିନନ୍ଦନ ଢାବା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଭୁବନେଶ୍ଵରରୁ ନୟାଗଡ଼ ଅଭିମୁଖେ ଏକ କାର୍ ଯାଉଥିବା ବେଳେ ପଞ୍ଚୁକୋଟ ଢାବା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ କାର ଡ୍ରାଇଭର ସହ ୩ ଜଣଙ୍କର ମୃତ୍ୟୁ ହୋଇଛି । ଖବରପାଇ ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ୩ ମୃତଦେହ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ସୂଚନା ମୁତାବକ କାର ଯାତ୍ରୀମାନେ ଗୁଜରାଟର ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

1 × 3 =