pakka

ଦୀପ ନିଆଁରେ ୨ ମହିଳା ଆହତ

bbehera

ନିମାପଡ଼ା : ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ତେବେ ଚାରିଛକ ନିକଟସ୍ଥ ଅମରେଶ୍ୱର ଶୈବପୀଠରେ ଜଣେ ମହିଳା ଭକ୍ତ ଦୀପ ଜାଳୁଥିବା ବେଳେ ଅସାବଧାନତା ଯୋଗୁ ନିଆଁ ଲାଗି ପିନ୍ଧାଲୁଗା ଜଳିଯାଇଥିଲା । ଉକ୍ତ ମହିଳା ଜଣକ ଗହଳି ଭିତରେ ଏଣେତେଣେ ଦୌଡ଼ୁଥିବା ବେଳେ ନିଆଁଲାଗି ଅନ୍ୟଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳାମାନେ ବିନିଶିପୁର ଗ୍ରାମର ରୀନା ଭୋଇ(୩୫) ଓ ଚାରିଛକ ଥାନା ଅନ୍ତର୍ଗତ ଜଳଛତ୍ର ଗ୍ରାମର କଲ୍ୟାଣୀ ନାୟକ ବୋଲି ଜଣାପଡିଛି । ୨ ଆହତଙ୍କୁ ଉଦ୍ଧାର କରି ଚାରିଛକଥାନାଧିକାରୀ ମମତା ବିଶ୍ୱାଳ, ଏସ୍‌ଆଇ କୃଷ୍ଣଚନ୍ଦ୍ର ପୃଷ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ରୀନାଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡ଼ିଯାଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

jay balangir
Leave A Reply

Your email address will not be published.

nineteen + one =

error: Content is protected !!