ପୂର୍ବତନ ଶିକ୍ଷକ ଦୀନବନ୍ଧୁ କର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେ଼ମୀରର ପୂର୍ବତନ ଶିକ୍ଷକ ଦୀନବନ୍ଧୁ କର ଆଉ ନାହାନ୍ତି । ବିକାଶ ହସ୍ପିଟାଲ, ବରଗଡ଼ରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଯୋଗ ଯେତେବେଳେ ଆଧ୍ୟାତ୍ମିକ ଲୋକମାନଙ୍କ ମଧ୍ୟରେ ସିମୀତ ଥିଲା, ସେହି ସମୟରେ ସେ ରାଜ୍ୟ ଓ ଦେଶ ବାହାରକୁ ଯାଇ ଯୋଗ ଶିକ୍ଷା ପ୍ରଦାନ କରୁଥିଲେ । ଯୋଗ ଶିକ୍ଷାକୁ ନେଇ ସେ ସାରା ଦେଶରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ମଧ୍ୟ ସେ ଖୁବ୍‌ ଜଣାଶୁଣା ।

Leave A Reply

Your email address will not be published.