ଜାତୀୟ ସୁରକ୍ଷା ଆଇନ ଲାଗୁ ନ କରିବା ପାଇଁ ଜିଲ୍ଲା ଦଳିତ ସମାଜର ନିବେଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୮ ତାରିଖ ଦିନ ଭୀମ ଭୋଇ ମେଡ଼ିକାଲ୍‌ରେ ଡାକ୍ତର ଆକ୍ରମଣ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ଉପରେ ଜିଲ୍ଲାପାଳଙ୍କ ଦ୍ୱାରା ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ ନ କରିବା ପାଇଁ ଜିଲ୍ଲା ଦଳିତ ସମାଜ ପକ୍ଷରୁ ନିବେଦନ କରାଯାଇଛି । କୁହାଯାଇଛି ଯେ, ବଲାଙ୍ଗିର ଟାଉନ ଥାନା କେଶ ନଂ.୩୪୨ / ତା୮/୮/୨୦୨୦ ଭାରତୀୟ ଦଂଡ଼ ସଂହିତାର ବିଭିନ୍ନ ଧାରାରେ ତଥା ବଲାଙ୍ଗିର ଏସ୍‌.ଡ଼ି.ଜେ.ଏମ୍‌.ଙ୍କ ଅଦାଲତରେ ଜି.ଆର୍‌ କେଶ୍‌ ନଂ.୧୦୫୨/୨୦୨୦ରେ ଦୁଇ ଜଣ ନିରୀହ ବ୍ୟକ୍ତି ଶ୍ରୀକାନ୍ତ ସୁନା ଏବଂ ଚଂଚଳ ସୁନାଙ୍କୁ ଅଭିଯୁକ୍ତ କରାଯାଇ ତାଙ୍କ ବିରୁଦ୍ଧରେ ଉକ୍ତ କୋର୍ଟରେ ମାମଲା ବିଚାରାଧୀନ ଅଛି । ତେବେ ଗତ ୧୫ ତାରିଖ ଚିଠି ନଂ.୪୧୪ ଓ ୪୧୫ ଜିଲ୍ଲାପାଳ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଉପରୋକ୍ତ ଦୁଇଜଣଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ ୧୯୮୦ ଲାଗୁ କରାଯାଇଥିବା ଆମ୍ଭେ ଜାଣିବାକୁ ପାଇଲୁ । ଗତ ୮ ତାରିଖ ଦିନ ଘଟିଥିବା ଘଯରା ସଂପର୍କରେ ଜିଲ୍ଲା ଦଳିତ ସମାଜର ସଭ୍ୟମାନଙ୍କ ଦ୍ୱାରା ଅନୁସଂଧାନରୁ ଜଣାପଡ଼ୁଛି ଯେ, ପୋଲିସ ଘଟଣାକୁ ଯେଭଳି ଭାବରେ ରୁଜୁ କରିଛି ତାହା ପ୍ରକୃତରେ ସତ୍ୟ ନୁହେଁ । ଡାକ୍ତରଖାନା କର୍ତ୍ତୃପକ୍ଷ ଯେଭଳି ଭାବରେ ନିଜର ପକ୍ଷ ରଖିଛନ୍ତି ସେଭଳି କିଛି ବିଶେଷ ଘଟଣା ଘଟିନାହିଁ । ଆମେ ଆପଣଙ୍କ ପାଖରେ ନିରପେକ୍ଷ ଭାବରେ ମତ ରଖୁ ଯେ, ପୀଡ଼ିତ ରୋଗୀ ୰ଜିତେନ୍ଦ୍ର ସୁନା (ଜିତୁ)କୁ ତା’ ପରିବାରର ଲୋକେ ସକାଳ ୯ଟା୩୦ମି. ଡାକ୍ତରଖାନାରେ ଭର୍ତ୍ତି କଲେଏବଂ ଦିନ ୨ଟା୩୦ମି.ରେ ତାଙ୍କ ମୃତ୍ୟୁ ହେଲା । ଏହି ସମୟ ଭିତରେ ତାକୁ କୌଣସି ପ୍ରକାର ଚିକିତ୍ସା କରାଯାଇନାହିଁ । ପରିବାର ଲୋକଙ୍କ ବାରମ୍ବାର ଅନୁରୋଧ କରିବା ସତ୍ୱେ ମଧ୍ୟ କୌଣସି ଚିକିତ୍ସକ ବା କର୍ମଚାରୀ ରୋଗୀ ପ୍ରତି ଧ୍ୟାନ ଦେଲେ ନାହିଁ । ଫଳରେ ରୋଗୀର ମୃତ୍ୟୁ ହେଲା । ମୃତ୍ୟୁ ପରି ସମ୍ବେଦନଶୀଳ ଘଟଣାକୁ ପରିବାର ଲୋକେ ସହ୍ୟ କରି ପାରି ନଥିଲେ, ଫଳରେ ଦୁଇପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବା ସଂଗେ ସଂଗେ ସାମାନ୍ୟ ହିଂସାର ରୂପ ନେଇଥିଲା । ତାକୁ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ଡାକ୍ତରଖାନାର ଏତଲାକୁ ଗୁରୁତ୍ୱ ଦିଆଗଲା ଅଥଚ ଜଣେ ରୋଗୀ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁବରଣ କଲା, ତାର ଏତଲାକୁ ଆଜି ପର୍ଯ୍ୟନ୍ତ ଥାନା ଅଧିକାରୀ ଗ୍ରହଣ କରି ନାହାନ୍ତି । ଅପରପକ୍ଷେ ଦୁଇଜଣ ନିର୍ଦୋଷ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ-୧୯୮୦କୁ ଲାଗୁ କରାଗଲା, ଯାହାକି ସଂପୂର୍ଣ୍ଣ ଭାବେ ଏକତରଫା ଓ ଅନ୍ୟାୟ ଅଟେ । ନିବେଦନ ପତ୍ରରେ ଆହୁରି ଲେଖା ହୋଇଛି ଯେ, ଉକ୍ତ ଦୁଇଜଣ ଅଭିଯୁକ୍ତମାନେ ନିରୀହ ଦଳିତ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି । ଏମାନଙ୍କ ନାମରେ ପୂର୍ବରୁ କୌଣସି ଅପରାଧିକ ତଥ୍ୟ କିମ୍ବା ମାମଲା ନାହିଁ । ଏହି ପରିପ୍ରେକ୍ଷୀରେ ଏମାନଙ୍କ ବିରୁଦ୍ଧରେ ଜାତୀୟ ନିରାପତା ଆଇନ ଲାଗୁ କରିବା ସଂପୂର୍ଣ୍ଣ ଭାବରେ ଆଇନର ଦୁରୁପଯୋଗ ବୋଲି ଧରାଯିବ । ଏଣୁ ଆମ୍ଭେ ଆପଣଙ୍କଠାରେ ଅନୁରୋଧ କରୁଛୁ ଯେ, ଉପରୋକ୍ତ ନିରୀହ ବ୍ୟକ୍ତିଙ୍କ ବିରୁଦ୍ଧରେ ‘ଜାତୀୟ ନିରାପତ୍ତା ଆଇନ’ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଖାରଜ କରାଯାଉ ବୋଲି ଜିଲ୍ଲା ଦଳିତ ସମାଜ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.