oom

ଆଜି ବଲାଙ୍ଗିର ଜିଲ୍ଲାରୁ ୫୭ : ବଲାଙ୍ଗିର ସହରରୁ ୨୭ ଚିହ୍ନଟ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ସହରର ୨୮ ଜଣ ରହିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହରର ପିଏଣ୍ଡଟି କଲୋନୀରୁ ୧, ଡୁଙ୍ଗୁରିପଡ଼ାରୁ ୨, ଆମପଡ଼ାରୁ ୧, ମାଲପଡ଼ାରୁ ୨, ରୁଗୁଡ଼ିପଡ଼ାରୁ ୧, ତାଲପାଲିପଡ଼ାରୁ ୩, କୋଶଲନଗରରୁ ୧, ପୋଷ୍ଟଅଫିସ୍‌ ବଲାଙ୍ଗିରରୁ ୩, ଆଦର୍ଶପଡ଼ାରୁ ୧, ସୁଦପଡ଼ାରୁ ୧, ପେଲେସ ଲାଇନରୁ ୩, ଗାନ୍ଧୀନଗରପଡ଼ାରୁ ୧, ଶାନ୍ତିପଡ଼ାରୁ ୩, ଟିକ୍ରାପଡ଼ାରୁ ୧, ବରପାଲିପଡ଼ାରୁ ୧, ଶାସ୍ତ୍ରୀନଗରରୁ ୧ ଏବଂ କଲେଜଛକରୁ ୧ପଜିଟିଭ୍‌ ବାହାରିଛନ୍ତି । ସେହିପରି ଗ୍ରାମାଂଚଳରୁ ପାଟଣାଗଡ଼ ବ୍ଲକ୍‌ କାଉଡ଼ିଆରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡାରୁ ୧, ବଲାଙ୍ଗିର ବ୍ଲକ୍‌ କୁଟୁମ୍‌ଟୋଲାରୁ ୧, ପୁଇଁନ୍ତଲା ବ୍ଲକ୍‌ ଶିକାବାହେଙ୍ଗାରୁ ୧, ଆଗଲପୁର ବ୍ଲକ୍‌ ଫାସଡ଼ରୁ ୧, ପୁଇଁନ୍ତଲା ବ୍ଲକ୍‌ ଛତାମଖନାରୁ ୧, ବଲାଙ୍ଗିର ବ୍ଲକ୍‌ ମାଧିଆପାଲିରୁ ୧, ଖପ୍ରାଖୋଲ ବ୍ଲକ୍‌ ଲାଠୋରରୁ ୨, ଗୁଡ଼ଭେଲା ବ୍ଲକ୍‌ ଭୁଆଁପଡ଼ାରୁ ୨, ଗୁଡ଼ଭେଲା ବ୍ଲକ୍‌ ତୁଷୁରାରୁ ୧, ପୁଇଁନ୍ତଲା ବ୍ଲକ୍‌ ଆଠଗାଁରୁ ୧, ଆଗଲପୁର ବ୍ଲକ୍‌ ଝାରବନ୍ଧଲିରୁ ୧, ଟିଟିଲାଗଡ଼ରୁ ୧୦, ମୁରିବାହାଲ ବ୍ଲକ୍‌ କଟାଡୁଙ୍ଗୁରିରୁ ୧, କଂଟାବାଂଜିରୁ ୨ ଓ ଟିଟିଲାଗଡ଼ ବ୍ଲକ୍‌ ଅନ୍ତର୍ଲାରୁ ୧ ଆକ୍ରାନ୍ତଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଜଣେ ଗ୍ରାମାଂଚଳର ପୁରୁଷ କୋଭିଡ଼୍‌ ଯୋଦ୍ଧା ମଧ୍ୟ ଆଜି ସଂକ୍ରମଣର ଶିକାର ହୋଇଥିବା ସୂଚନାରେ କୁହାଯାଇଛି । ସୋନପୁର ଜିଲ୍ଲାର ତରଭାର ଜଣେ ଆକ୍ରାନ୍ତ ଆଜି ଜିଳ୍ଲାର ତାଲିକାରେ ରହିଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୨୦ ଜଣ ଚିକିତ୍ସାଧୀନ ରହିଛନ୍ତି ।

jittmm
Leave A Reply

Your email address will not be published.