ଆଗଲପୁର ଅଞ୍ଚଳରେ ମକା ଚାଷୀଙ୍କ ଦୁର୍ଦଶା ବଢ଼ୁଛି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଞ୍ଚଳରେ ଅନେକ ଚାଷୀ ନିଜ ନିଜ ଜମିରେ ମକା ଚାଷ କରିଥିଲେି । କିନ୍ତୁ ଲଘୁଚାପ ଜନିତ ବର୍ଷା ଓ ପବନ ବୃଦ୍ଧି ପାଉଥିବାରୁ ମକା ଗଛଗୁଡିକ ଭାଙ୍ଗି ତଳେ ପଡିଯାଉଛି ଏବଂ ନଷ୍ଟ ହେଉଥିବାର ଦେଖାଯାଉଛିି । ବାହାରେ ଗଛଗୁଡିକ ଭଲ ଦେଖାଯାଉଛି, କିନ୍ତୁ ଭିତରେ ସବୁ ତଳେ ପଡିଯାଇଛିି । ଅନେକ ମେହନତ କରି ହେକ୍ଟର ହେକ୍ଟର ଜମିରେ ମକାଚାଷ କରିଥିଲେି । କିନ୍ତୁ ପ୍ରକୃତି ସବୁବେଳେ ଦାଉସାଜୁଛିପ୍ରକୃତି ବର୍ଷ ଯାକର ପରିଶ୍ରମ ବେକାର ହୋଇଗଲା ବୋଲି ଚାଷୀକୁଳ ଅଭିଯୋଗ କରିଛନ୍ତିି । ପ୍ରଶାସନ ମକାଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛିି ।

Leave A Reply

Your email address will not be published.