oom

ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖା ସହାୟତା କ୍ରମେ ପିସ ୟୁନିସନ୍‌ ତରଫରୁ ନୂଆଁଖାଇ ପାଇଁ ବିଭିନ୍ନ ଅଂଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୨ ତାରିଖ ଦିନ ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖା(ଏସ୍‌ବିଆଇ ଫାଉଣ୍ଡେସନ) ଅନୁକୂଲ୍ୟରେ “ସ୍ତ୍ରୀ-ଧନ”ର ଏକ ସ୍ୱତନ୍ତ୍ର ସାମାଜିକ ସେବା ମାଧ୍ୟମରେ ତଥା ସହରର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ୍‌ (ଭାରତ)ବଲାଙ୍ଗିର ତରଫରୁ ସ୍ଥାନୀୟ ଦମୟନ୍ତୀ ନଗର, ଶାସ୍ତ୍ରୀ ନଗର, ରାଜେନ୍ଦ୍ରପଡା, କୁଷ୍ଠ କଲୋନୀ(ଗଇଁତଲା) ଇତ୍ୟାଦି ଅଂଚଳରେ ଗରିବ, ଖଟିଖିଆ, ଦିନ ମଜୁରିଆ, ରୋଗୀମାନଙ୍କ ପାଇଁ ଏକ ମାସର ଶୁଖିଲା ଖାଦ୍ୟ, ମାସ୍କ, ସେନିଟାଇଜର, ସାବୁନ ବଣ୍ଟନ କରାଯାଇଥିଲା ।
କରୋନା ମହାମାରୀ ସମଗ୍ର ବଲାଙ୍ଗିର ସହରକୁ ଗ୍ରାସ କରି ସମଗ୍ର ଜନସମୂହକୁ କ୍ଷତିଗ୍ରସ୍ତ କରି ଦେଇଥିବା ବେଳେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ଭଳି ଏକ ଅଭିନବ ଉତ୍ସବ ପାଳନ ପାଇଁ ଲୋକଙ୍କୁ ଖାଦ୍ୟର ସହାୟତା ଭଳି ଏକ ଅଭିନବ ଖାଦ୍ୟ ବଣ୍ଟନ ପ୍ରକ୍ରିୟା ପାଇଁ ଆମେ ବହୁତ ଗର୍ବିତ ବୋଲିଏସ୍‌ବିଆଇ ବଲାଙ୍ଗିର ଶାଖା ମୁଖ୍ୟ ପ୍ରଭାତ ନାୟକ ଜଣାଇ ଥିବା ବେଳେ ଏହି ସେବା କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ନାସନାଲ ପିସ ୟୁନିସନ୍‌ ସଭାପତି, ସମ୍ପାଦକ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗରର ଡା. ଶ୍ରୀୟକାନ୍ତ ପଣ୍ଡା ଓ ସେଠାକାର ସଦସ୍ୟ ଗଣ, ସ୍ଥାନୀୟ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଇତ୍ୟାଦି ବଣ୍ଟନ ବ୍ୟବସ୍ଥାରେ ସାହାଯ୍ୟ ଓ ସହଯୋଗ କରିଥିଲେ । ପଶ୍ଚିମ ଓଡିଶାର ଗଣପର୍ବ ପାଇଁ ଏହା ଠିକ ସମୟାନୁପଯୋଗୀ ପଦକ୍ଷେପ ହୋଇଥିବାରୁ ସହରର ସବୁ ମହଲରେ ସ୍ୱାଗତ କରାଯାଉଛି ।

jittmm
Leave A Reply

Your email address will not be published.