jayashree

ନୂଆଖାଇ ପାଇଁ ନୃସିଂହନାଥକୁ ଝିଟିକି ଗ୍ରାମରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତିବର୍ଷ ପରି ଚଳିତ ବର୍ଷ ନୂଆଖାଇ ପାଇଁ ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀ ମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ ୩୦୦ ପରିବାର ଗାଁରେ ଘର ଘର ବୁଲି ସଂଗ୍ରହ କରି ଥିଲେ ନୂଆଖାଇ ସାମଗ୍ରୀ । ସୋମବାର ପ୍ରାୟ ୪୨ ଜଣ ଗ୍ରାମବାସୀ ଚାଉଳ ୨କୁଇଣ୍ଟାଲ ୫୬ କେଜି, ମୁଗ ସାଢେ ୬ କେଜି, ଘିଅ ଏକ କେଜି, ଗୁଡ ୪ କେଜି, ଲୁଣ ୨ କେଜି, ମାଖନ ୧୦ ଗୋଟି. ନଡ଼ିଆ ୫ ଗୋଟି ଓ ଅନ୍ୟ ପନିପରିବା ସହ ଅଙ୍ଗୁର କଦଳୀ ଭାରରେ ଅଜ୍ଝଣି ନୃସିଂହନାଥ ମନ୍ଦିରର ଭଣ୍ତାର ମହୁରୀ ସତ୍ୟ ପୁରୋହିତ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ପାଖରେ ଜମା ଦେଇଛନ୍ତି । ଗ୍ରାମର ମୁଖିଆ ମାନଙ୍କ ସହ ୩୨ ଜଣ ଗ୍ରାମବାସୀ ସାଲିଆନା ଭାର ସହ ଆସିଥିଲେ । ସେମାନେ ସମସ୍ତେ ନୃସିଂହ ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ନ ପ୍ରସାଦ ଖାଇ ଖୁସିରେ ଘରକୁ ଫେରିଥିଲେ । ଏନେଇ ଗ୍ରାମବାସୀ ମାନଙ୍କୁ ପଚାରିବାରୁ ଆମେ ଆଣୁଥିବା ଜିନିଷ ନୂଆଖାଇ ଦିନ ଠାକୁରଙ୍କ ଠାରେ ଭୋଗ ଲାଗାଯାଇ ଭକ୍ତମାନଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟା ଯାଉଥିବାରୁ ପ୍ରତିବର୍ଷ ଆମେ ସାଲିଆନା ଭାର ମନ୍ଦିରକୁ ଆଣିଥାଉ ବୋଲି ସେମାନେ କହିଥିଲେ । ପ୍ରକାଶ ଥାଉକି ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଦିବା ୧୦ ଘଟିକା ୧୧ମିନିଟ ୧୬ ସେକେଣ୍ଡରୁ ୧୨ ଘଟିକା ୨୬ ମିନିଟ ୧୮ ସେକେଣ୍ଡ ମଧ୍ୟରେ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ନବାନ୍ନ ଭୋଗ ଲଗାଯିବ ।

Leave A Reply

Your email address will not be published.