csstore

ସାମ୍ବାଦିକ ଦିଲ୍ଲୀପ ଧାଉଡ଼ିଆଙ୍କୁ ଶ୍ରୀକ୍ଷେତ୍ର ପ୍ରତିଭା ରତ୍ନ ସମ୍ମାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଜିଲ୍ଲା ସଂସ୍କୃତି ଭବନ, ପୁରୀ ଠାରେ ସୋମବାର ପୂର୍ବାହ୍ନ ୧୦ଟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ, ଉପ ନିର୍ଦ୍ଦେଶକ ତଥା କବି ସନ୍ତୋଷ କୁମାର ସେଠୀ, ପୁରୀ ଜିଲ୍ଲା ପରିଷଦ ପ୍ରାକ୍ତନ ଅଧକ୍ଷ ଶଙ୍କର ପରିଡା, ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଫିଲିମ୍ ମେକର ସଞ୍ଜୟ ନାୟକ, ଆଙ୍କୋର ଶ୍ରାବଣୀ ଦାଶ, ହାପି ମୋମେଣ୍ଟସର ରାଷ୍ଟ୍ରୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା, ରାଜ୍ୟ ମୁଖ୍ୟ ସଷଧର ପଣ୍ଡା, ଆଧ୍ୟାତ୍ମିକ ଆଦିମାତା କଳ୍ପନା, ସମାଜସେବୀ ପ୍ରଦୀପ ଚୌଧୁରୀ ଓ ଅନ୍ୟ ବେରଣ୍ୟ ଅତିଥିଙ୍କ ଉପସ୍ଥିରେ ବରିଷ୍ଠ ସାମ୍ବାଦିକ, ପରିବେଶବିତ, ସମାଜସେବୀ, ବିକଳ୍ପ ଚିକିତ୍ସିକ ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କୁ ବିଭିନ୍ନ କ୍ଷେତ୍ରରେ ତାଙ୍କର ଉଲେଖନୀୟ ପ୍ରତିଭା ପାଇଁ ଆଜି ଶ୍ରୀକ୍ଷେତ ପ୍ରତିଭା ରତ୍ନ ସମ୍ମାନ-୨୦୨୫ରେ ସମ୍ବର୍ଦ୍ଧିତ କିରଥିଲେ । ଶ୍ରୀ ଧାଉଡ଼ିଆଙ୍କୁ ପ୍ରଶସ୍ତି ପତ୍ର, ଅଙ୍ଗବସ୍ତ୍ର , ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ, ସାହିତ୍ୟିକ, ସାମ୍ବାଦିକ, ଶୁଭେଚ୍ଛୁ, ବନ୍ଧୁ ଶ୍ରୀ ଧାଉଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.