csstore

ମାର୍ଚ୍ଚ ୧୨ରେ ହେବ ଆଦିବାସୀ ମହାମେଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର ସ୍ଥାନୀୟ ଇଚ୍ଛାପଡା ଶବରୀନାରାୟଣ କଲ୍ୟାଣ ମଣ୍ଡପ ଠାରେ ଏକ ଜରୁରୀ କାଳିନ ବୈଠକ ସତ୍ୟନାରାୟଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୁରୁଷୋତ୍ତମ ଧରୁଆ ସାଧାରଣ ସଂପାଦକ, ଶରତ ସିଂ ଭୋଇ ଉପସଭାପତି, ଅଷ୍ଟରତ୍ନ ବରିହା ସଭାପତି, ଘନଶ୍ୟାମ ପ୍ରଧାନ, ବିପ୍ର ବିଶି, ବସନ୍ତ ମାଝୀ, ଦୁଃଖଶ୍ୟାମ ଭୋଇ, ସତ୍ୟନାରାୟଣ କୁମୁରା, ନିରଞ୍ଜନ ଧରୁଆ, ବିପିନ ଭୋଇ, ସୁରେଶ ଭୋଇ, ଉମାକାନ୍ତ ଭୋଇ, ଘିନା ଭୋଇ, ନିରୁପମା ମାଝି, ଦୈତାରୀ ପୁଟା, ମୟ ପ୍ରଧାନୀ, କ୍ଷମା ଦଳପତି, ବିଜୟ ମାଝି, ବିଜୟ ବରିହା, ଲକ୍ଷ୍ମୀକାନ୍ତ ଧରୁଆ, ମଧୁ ଜାନୀ ଉପସ୍ଥିତ ଥିଲେ । ଏହି ବୈଠକରେ ନକଲି ଆଦିବାସୀଙ୍କୁ ହଟାଇ ଆଦିବାସୀଙ୍କୁ ନିଯୁକ୍ତି କରାଯାଉ, ନକଲି ଆଦିବାସୀଙ୍କୁ ଗିରଫ କରାଯାଉ, ଯେତିକି ଆଦିବାସୀ ଜମି କିଣିଛନ୍ତି ତାହା ଫେରସ୍ତ କରାଯାଉ, ଜଙ୍ଗଲ ଜମି ପଟ୍ଟା ସହିତ ଗୋଷ୍ଠୀଗତ ପଟ୍ଟା ଦିଆଯାଉ, ଗନ୍ଧମାର୍ଦ୍ଧନ ପର୍ବତକୁ କୌଣସି କମ୍ପାନୀକୁ ହସ୍ତାନ୍ତର କରାନଯାଉ, ଗରିବ ଆଦିବାସୀମାନେ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି ତେଣୁ ଏଠି କେମିତି କାମ ପାଇବେ ସୁବ୍ୟବସ୍ଥା କରାଯାଉ, ଆଉଟ ସୋର୍ସିଙ୍ଗରେ ନିଯୁକ୍ତ କରାନଯାଉ ବୋଲି ବାରମ୍ବାର ଅଭିଯୋଗ ନ ଶୁଣିବାରୁ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

jayashree
Leave A Reply

Your email address will not be published.